Below header

ପଥୋତ୍ସବରେ ଦୁଲୁକିଲା ରାଜଧାନୀ, ଶିଖରଚଣ୍ଡିରୁ ଇନ୍ଫୋସିଟି ରାସ୍ତା ଯାଏଁ ଲାଗିଲା ଭିଡ

ଭୁବନେଶ୍ବରରେ ପାଳିତ ହେଉଛି ପଥୋତ୍ସବ । ଶିଖରଚଣ୍ଡିରୁ ଇନ୍ଫୋସିଟି ରାସ୍ତା ଯାଏଁ ଲାଗିଛି ଭିଡ । ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ , ସାଇକେଲିଂ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ସକାଳ ୬ଟା ୩୦ରୁ ୯.୩୦ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ ।

ଭୁବନେଶ୍ବର (କେନ୍ୟୁଜ): ଶୀତୁଆ ସକାଳ ହୋଇ ଉଠିଲା ମତୁଆଲା । ନୃତ୍ୟ ଗୀତରେ ଦୁଲୁକିଲା ଭୁବନେଶ୍ବର ଶିଖରଚଣ୍ଡୀରୁ ଇମ୍ଫୋସିସ୍ ରାସ୍ତା । ନୂଆବର୍ଷ ୨୦୨୪କୁ ସ୍ବାଗତ ଜଣାଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଅନୁଷ୍ଠିତ ହୋଇଛି ୨୦୨୪ର ପ୍ରଥମ ପଥ ଉତ୍ସବ । ସକାଳ ୬ଟା ୩୦ରୁ ୯.୩୦ ପର୍ଯ୍ୟନ୍ତ ଚାଲି ଥିଲା କାର୍ଯ୍ୟକ୍ରମ । ଖ୍ୟାତନାମା କଣ୍ଠଶିଳ୍ପୀ ନିକିତାଙ୍କ ଗୀତରେ ବିଭୋର ହୋଇଛନ୍ତି ଉପସ୍ଥିତ ଦର୍ଶକ । ପୁଣି ଝୁମିଛନ୍ତି ସତ୍ୟଜିତ୍ ପ୍ରଧାନ ଓ ପ୍ରଜ୍ଞା ହୋତାଙ୍କ ଗୀତର ତାଳେ ତାଳେ ।  ଏହା ସହିତ ସିନର୍ସ ଡ୍ୟାନ୍ସ ଗ୍ରୁପ ସହ ସମ୍ବଲପୁରୀ ଓ ଓଡିଶୀ ନୃତ୍ୟର ଛନ୍ଦ ଦେଖିବାକୁ ମିଳିଥିଲା ଆଜିର ପଥୋତ୍ସବରେ ।

ଖାଲି ସେତିକି ନୁହେଁ ପଥୋତ୍ସବରେ କିଏ ଗିଟାର ବଜାଇ ମନୋରଞ୍ଜ କରୁଥିଲା ତ ଆଉ କିଏ କମେଡି କରୁଥିଲା । କୁମ୍ବା, ଯୋଗ, ତୀର ଚାଳନା, ବାସ୍କେଟ ବଲ୍, ବ୍ୟାଜ ସିଂଟନ, ସ୍ଲାଇଜ୍, ସାପ-ସିଢ଼ି ଖେଳ, ବେଲୁନ୍ ସୁଟିଂ, କ୍ରିକେଟ୍, ଏକ ଚକିଆ ସାଇକେଲ ଚାଳନା, ସାଇକେଲ ଚାଳନା, ଝୋଟି, ଡ୍ରଇଂ, କ୍ଲେ ମଡେଲିଂ, ମେହେନ୍ଦି ଆଦି ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ମହାନଗର ନିଗମ ବାସିନ୍ଦା । ବିଶେଷ ଆକର୍ଷଣ ହେଉଛି ପେପର ଡ୍ରେସ ରାମ୍ପ ସୋ ପୁଣି ସବୁଠାରୁ ଡେଙ୍ଗା ମଣିଷ ଓ ସ୍କେଟିଂ । ଏହି ପଥ ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଏମ୍ ସି ମେୟର ସୁଲଚନା ଦାସ, କମିଶନର ବିଜୟ ଅମୃତ କୁଳାଙ୍ଗେ, କଂନ୍ଧମାଳ ସଂସାଦ ଡ. ଅଚ୍ୟୁତ ସାମନ୍ତ, ବିଭିନ୍ନ କର୍ପୋରେଟର ଏବଂ କିସ୍ ଓ କିଟର ହଜାର ହଜାର ଛାତ୍ର ଛାତ୍ରୀ ପଥୋତ୍ସବରେ ଅଂଶଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.