ଆଜି ବାଂଲାଦେଶ ଭୋଟ: ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଲକ୍ଷ୍ୟରେ ଶେଖ ହାସିନା

ଆଜି ବାଂଲାଦେଶ ସାଧାରଣ ନିର୍ବାଚନ। କ୍ରମାଗତ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଲକ୍ଷ୍ୟରେ ଶେଖ ହାସିନା। ବାଂଲାଦେଶ ପାର୍ଲ୍ୟାମେଣ୍ଟର ୩୦୦ ସିଟ୍ ପାଇଁ ଭୋଟ ଗ୍ରହଣ ହେଉଛି। ଭୋଟିଂ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି।

ନୂଆଦିଲ୍ଲୀ : ଆଜି ବାଂଲାଦେଶ ସାଧାରଣ ନିର୍ବାଚନ। କ୍ରମାଗତ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଲକ୍ଷ୍ୟରେ ଶେଖ ହାସିନା। ବାଂଲାଦେଶ ପାର୍ଲ୍ୟାମେଣ୍ଟର ୩୦୦ ସିଟ୍ ପାଇଁ ଭୋଟ ଗ୍ରହଣ ହେଉଛି। ଭୋଟିଂ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି। ୭ ଲକ୍ଷ ପୋଲିସ ଓ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛନ୍ତି। ପ୍ରତିଦ୍ବନ୍ଦିତା କରୁଛନ୍ତି ୨୭ଟି ରାଜନୈତିକ ଦଳର ୧୮ଶହରୁ ଅଧିକ ପ୍ରାର୍ଥୀ। ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନାସନାଲିଷ୍ଟ ପାର୍ଟି-BNP ନିର୍ବାଚନକୁ ବର୍ଜନ କରିଛି । ଏଭିତରେ ନିର୍ବାଚନ ପାଇଁ ପୋଲିଂ ସେଣ୍ଟର ହୋଇଥିବା ୫ଟି ସ୍କୁଲରେ ଦୁର୍ବୃତ୍ତ ନିଆଁ ଲଗାଇଦେଇଛନ୍ତି ।

ବାଂଲାଦେଶ ନିର୍ବାଚନ ସବୁବେଳେ ଅନ୍ତର୍ଜାତୀୟ ଫୋକସରେ ଥାଏ। ବାଂଲାଦେଶ ସହ ଭାରତର ପୁରୁଣା ସଂପର୍କ। ଭାରତର ସହାୟତାରେ ଗଠନ ହୋଇଥିଲା ବାଂଲାଦେଶ। ଦୁଇ ଦେଶ ମଧ୍ୟରେ ବଡ଼ ଆର୍ଥିକ ସମ୍ବନ୍ଧ ରହିଛି। ଏପଟେ ବାଂଲାଦେଶରେ ଚୀନର ନିବେଶ ବଢ଼ୁଛି। ବେଲ୍ଟ ଆଣ୍ଡ ରୋଡ୍ ଡିଭିଜନ ପ୍ରକଳ୍ପ କରୁଛି ଚୀନ। ବାଂଲାଦେଶ ନିର୍ବାଚନ ସହ ୟୁରୋପୀୟ ୟୁନିୟନ, ରୁଷ ଓ ଆମେରିକାର ମଧ୍ୟ ସ୍ବାର୍ଥ ରହିଛି। ଆମେରିକାର ରଣନୀତିକ ଏବଂ ରୁଷର ଭିତ୍ତିଭୂମି ସ୍ବାର୍ଥ ରହିଛି। ଶେଖ ହାସିନାଙ୍କୁ ଉଭୟ ଭାରତ ଓ ଚୀନ ସମର୍ଥନ କରୁଛନ୍ତି।

ତେବେ ଚର୍ଚ୍ଚା ହେଉଛି ବାଂଲାଦେଶରେ ଏଥର ଚୀନ ସପକ୍ଷବାଦୀ ସରକାର। ମଲଦୀପ ନୂଆ ସରକାର ଭଳି ବାଂଲାଦେଶ ଭାରତ ଠାରୁ ଟିକିଏ ଦୂରେଇ ଚୀନ ସହ ସଂପର୍କ ବଢ଼ାଇପାରେ। ଚିନ୍ତାରେ ମୁକ୍ତ ଓ ଅବାଧ ନିର୍ବାଚନ। ତେବେ ବାଂଲାଦେଶ ଏହାକୁ ଖଣ୍ଡନ କରିଛି। ମୁକ୍ତ ଓ ଅବାଧ ନିର୍ବାଚନ ହେବ ବୋଲି କହିଛନ୍ତି ବାଂଲାଦେଶ ବୈଦେଶିକ ବ୍ୟାପାର ମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.