Below header

ଖୁବଶୀଘ୍ର ମାଲକାନଗିରିକୁ ଉଡ଼ିବ ବିମାନ, ଆଜି ଏୟାରପୋର୍ଟରେ ହେବ ଟ୍ରାୟଲ ରନ

ଖୁବଶୀଘ୍ର ମାଲକାନଗିରିକୁ ଉଡ଼ିବ ବିମାନ । ଆଜି ଏୟାରପୋର୍ଟରେ ହେବ ଟ୍ରାୟଲ ରନ । ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିବାର ସୂଚନା ରହିଛି। ସରକାରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସ୍ପଷ୍ଟ କରାଯାଇନାହିଁ।

ମାଲକାନଗିରି (କେନ୍ୟୁଜ): ଖୁବଶୀଘ୍ର ମାଲକାନଗିରିକୁ ଉଡ଼ିବ ବିମାନ । ଆଜି ଏୟାରପୋର୍ଟରେ ହେବ ଟ୍ରାୟଲ ରନ । ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିବାର ସୂଚନା ରହିଛି। ସରକାରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସ୍ପଷ୍ଟ କରାଯାଇନାହିଁ। ଅରସି ସ ଉଡାନ ଯୋଜନାରେ ମାଲକାନଗିରି ଏୟାରପୋର୍ଟ ସାମିଲ ହେବ। ବିମାନ ବନ୍ଦରରେ ୧୬୦୦ ମିଟର ରନୱେ ଥିବାରୁ ଏଠାରେ ୨୦-୩୦ ଆସନ ବିଶିଷ୍ଟ ବିମାନ ଆରମ୍ଭ କରିବ।ପରେ ବଡ଼ ବିମାନ ପାଇଁ ଲକ୍ଷ୍ୟ ରହିଛି।

ଏଠାରେ ରନୱେ ସମ୍ପ୍ରସାରଣ ସହ ଟର୍ମିନାଲ ବିଲ୍ଡିଂ, ଫାୟାର ଷ୍ଟେସନ ନିର୍ମାଣ ହୋଇଛି । ପ୍ରଥମ ପର୍ଯ୍ୟାୟରେ ନନ ସିଡ୍ୟୁଲ ବୀମାନ ଚାଳଚଳ ପାଇଁ ଯୋଜନା ଥିବାରୁ ଏବେ DCA ର ଲାଇସେନ୍ସ ଆବଶ୍ୟକ ପଡିବ ନାହିଁ।ପ୍ରଥମେ ଭୁବନେଶ୍ବରରୁ ମାଲକାନଗିରି ମଧ୍ୟରେ ଛୋଟ ବିମାନ ଚଳାଚଳ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.