ବିଲଡରଙ୍କୁ କୋଟିଏ ଟଙ୍କାର ଠକେଇ ଘଟଣା : ଓ୍ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ବିଲଡରଙ୍କୁ ଏକ କୋଟି ଠକେଇ ମାମଲାରେ ଗିରଫ ସାମ୍ବାଦିକ ସୁରଜିତ କୁମାର ଧଳଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ EOW । ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ ହୋଇଥିଲା । ୩ ଦିନ ପାଇଁ ରିମାଣ୍ଡ ଅନୁମତି ଦେଲେ କୋର୍ଟ ।

ଭୁବନେଶ୍ୱର (କେନ୍ୟୁଜ): ବିଲଡରଙ୍କୁ ଏକ କୋଟି ଠକେଇ ମାମଲାରେ ଗିରଫ ସାମ୍ବାଦିକ ସୁରଜିତ କୁମାର ଧଳଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ EOW । ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ ହୋଇଥିଲା । ୩ ଦିନ ପାଇଁ ରିମାଣ୍ଡ ଅନୁମତି ଦେଲେ କୋର୍ଟ । ସୋମବାରରୁ ବୁଧବାର ପର୍ଯ୍ୟନ୍ତ ସୁରଜିତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ EOW। ଏକ ୱେବ ନ୍ୟୁଜ ପୋର୍ଟାଲର ମାଲିକ ତଥା ସାମ୍ବାଦିକ ସୁରଜିତ କୁମାର ଧଳଙ୍କ ବିରୋଧରେ ଠକାମୀ ଅଭିଯୋଗ ଆଣିଥିଲେ ବିଲଡର କଳିଙ୍ଗ କେଶରୀ ରଥ। ନିଜକୁ ଜଣେ ବରିଷ୍ଠ ସାମ୍ବାଦିକ ଓ ତାଙ୍କର ବଡ଼ବଡ଼ ଲୋକଙ୍କ ସହ ପରିଚୟ ଥିବା ନେଇ କହିଥିଲେ ସୁରଜିତ । କଳିଙ୍ଗ କେଶରୀ ରଥଙ୍କ ବିଭିନ୍ନ କାମ କରାଇ ଦେବାକୁ କହି ନକଲି ଡକ୍ୟୁମେଣ୍ଟ ଆଧାରରେ ସୁରଜିତ ତାଙ୍କ ଠାରୁ ଏକ କୋଟି ଟଙ୍କା ଠକି ନେଇଥିଲେ।

ଏହାସହ ଅଭିଯୋଗକାରୀଙ୍କ ଠାରୁ ସୁରଜିତ ଦାମୀ ମର୍ସିଡିଜ ଓ ଅଡି କାର ମଧ୍ୟ ନେଇଥିଲେ। କିନ୍ତୁ ଏତେ ଟଙ୍କା ଦେବା ସତ୍ତ୍ବେ ତାଙ୍କର କିଛି କାମ ନହେବାରୁ କଳିଙ୍ଗ କେଶରୀ ଟଙ୍କା ଓ ଗାଡି ଫେରାଇବାକୁ କହିଥିଲେ। ଗାଡ଼ିକୁ ଫେରାଇ ଥିଲେ ମଧ୍ୟ ଟଙ୍କା ଫେରାଇନଥିଲେ ସୁରଜିତ । ଓଲଟି ନିଜର ପ୍ରଭାବ ବଳରେ ସେ କଳିଙ୍ଗ କେଶରୀଙ୍କ ବ୍ୟବସାୟକୁ ବରବାଦ କରିଦେବାକୁ ସେ ଧମକ ଦେଇଥିଲେ। ଏହା ପରେ କ୍ରାଇମବ୍ରାଞ୍ଚ ଇଓଡବଲ୍ୟୁର ଦ୍ବାରସ୍ଥ ହୋଇଥିଲେ କଳିଙ୍ଗ କେଶରୀ ରଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.