Below header

ଖୋର୍ଦ୍ଧା: ରୋଗୀକୁ ଚିକିତ୍ସା ନେଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁମୁଳକାଣ୍ଡ, ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ନିସ୍ତୁକ ମାଡ

ଟାଙ୍ଗୀ(କେନ୍ୟୁଜ୍):  ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁମୁଳକାଣ୍ଡ । ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ମାଡ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଭାବନୀୟ ଘଟଣା । ଡାକ୍ତରଙ୍କ ବେକ, ଆଖି ଓ ମୁହଁରେ ଗଭୀର ଆଘାତ ଲାଗିଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭାଶିଷ ଷଡଙ୍ଗୀ ଆଉଟଡୋରରେ ଜଣେ ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଅନ୍ୟଜଣେ ରୋଗୀଙ୍କ ସ୍ୱାମୀ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୂ ଚିକିତ୍ସା କରିବାକୁ କହିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ଓ ତାଙ୍କ ସହିତ ଆସିଥିବା ସମ୍ପର୍କୀୟ ଡାକ୍ତରଙ୍କ ସମେତ ଆଟେଣ୍ଡାଣ୍ଟକୁ ନିସ୍ତୁକ ମାଡ ମାରିଥିଲେ ।

doctor

ଖବର ପାଇ ଟାଙ୍ଗୀ ପୋଲିସ ପହଞ୍ଚି ୩ ଆକ୍ରମଣକାରୀଙ୍କୁ ଗିରଫ କରିଛି । ତେବେ ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଘଟଣା ପରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର, କର୍ମଚାରୀଙ୍କୁ ନେଇ ଏକ ବୈଠକ ବସିବା ପରେ ରାତି ୧୦ଟା ଯାଏ ଧାରଣାରେ ବସିଥିଲେ କର୍ମଚାରୀ । ଟାଙ୍ଗି ଆଇଆଇସି, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଟାଙ୍ଗୀ ମେଡିକାଲ ଇନଚାର୍ଜ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ କର୍ମଚରାରୀଙ୍କୁ ବୁଝାସୁଝା କରିଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.