ହୀରାକୁଦ ଜଳଭଣ୍ଡାରର ଖୋଲିଲା ଦୁଇଟି ସୁଇସ ଗେଟ୍,ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

କେନ୍ୟୁଜ୍(ବ୍ୟୁରୋ):  ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମ ପର୍ଯ୍ୟାୟରେ ୨ଟି ଗେଟ୍‌ ଖୋଲାଯାଇଛି। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଗେଟ ଖୋଲାଯାଇଥିଲା। ଗେଟ୍‌ ଖୋଲିବା ନେଇ ହୀରାକୁଦ କର୍ତ୍ତୁର୍ପକ୍ଷ ସୂଚନା ଦେଇଛନ୍ତି। ମହାନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଲଘୁଚାପଜନିତ ପ୍ରବଳ ବର୍ଷା ପୂର୍ବରୁ କିଛି ଜଳ ନିଷ୍କାସନ କରାଯାଉଛି ।

hirakud

ପ୍ରାୟ ୮ରୁ ୧୦ ଫୁଟ ପାଣି ନିଷ୍କାସନ ହେବ । ବର୍ତ୍ତମାନ ଜଳସ୍ତର ରହିଛି ୬୦୯. ୨୭ ଘନଫୁଟ। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬୪. ୪୦୯ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୨୩. ୮୫୪ ଘନଫୁଟ ଜଳ। ବନ୍ୟାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ବାସୀଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.