ପାଟକୁରାରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୧୧ଦିନ, ଏନେଇ ଆଜି ନବୀନ ନିବାସରେ ହୋଇଛି ବୈଠକ

ପାଟକୁରା(କେନ୍ୟୁଜ୍): ଆସନ୍ତା ୨୦ତାରିଖରେ ପାଟକୁରାରେ ବିଧାନସଭା ନିର୍ବାଚନ । ହାତରେ ଆଉ ମାତ୍ର ୧୧ଦିନ । ଏଥିପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଆଜି ନବୀନ ନିବାସରେ ପାଟକୁରା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତୁନ ସବ୍ୟସାଚୀ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି କିଶୋର ତରାଇ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ପ୍ରାର୍ଥୀ ସାବିତ୍ର ଅଗ୍ରଓ୍ଵାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ଵାଲ ବୈଠକରେ ଯୋଗଦେଇଥିଲେ । ବୈଠକ ପରେ ସଞ୍ଜୟ ଅଗ୍ରଓ୍ଵାଲ କହିଛନ୍ତି, ଅଧିକ ପରିଶ୍ରମ ପାଇଁ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳର ନେତାମାନେ ଡେରାପକାଇଛନ୍ତି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଓ ବିଜେପିର ବିଜୟ ମହାପାତ୍ରଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି। ତେବେ ବିଭିନ୍ନ ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଓ ବୈଠକ କରି ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରଚେଷ୍ଠା ଚଳାଇଛନ୍ତି। ରାଜ୍ୟରେ ବିଜେଡି ସରକାର ଏହି ସିଟକୁ ମଧ୍ୟ ହାତେଇବାକୁ ନାନା ରଣକୌଶଳ ଆପଣେଉଥିବା ଜଣାପଡ଼ିଛି। ବିଜେଡିର ବହୁ ବରିଷ୍ଠ ନେତା ଓ ବିଧାୟକ ଏଠାରେ ଡେରା ପକାଇ ବିଭିନ୍ନ ପଞ୍ଚାୟତରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.