ପାଟଣାଗଡ଼ ଗ୍ୟାସ ସିଲିଣ୍ଡର ଫାଟିବା ଘଟଣା : ମା’ର ମୃତ୍ୟୁ ଖବର ଶୁଣି ଜୀବନ ହାରିଲା ପୁଅ
ମାର ମୃତ୍ୟୁ ଖବର ଶୁଣି ଜୀବନ ହାରିଲା ପୁଅ । ପାଟଣାଗଡ଼ ବେଲପଡ଼ା କାନୁଟ ଗାଁରେ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ। ମୃତ୍ୟୁ ଖବର ଶୁଣି ମା ଲୁଗାରେ ଝୁଲି ପଡି ଜୀବନ ହାରିଛି ପୁଅ।
ପାଟଣାଗଡ଼ (କେନ୍ୟୁଜ): ସହିପାରିଲେନି ପରିବାରର ୪ ଜଣଙ୍କର ମୃତ୍ୟୁ । ମା’ଙ୍କ ଲୁଗାରେ ଫାଶି ଲଗାଇ ଜୀବନ ହାରିଲେ ୧୯ ବର୍ଷର ପୁଅ । ବଲାଙ୍ଗିର ପାଟଣାଗଡ଼ ବେଲପଡ଼ା କାନୁଟ ଗାଁରେ ଏହି ହୃଦୟ ବିଦାରକ ଘଟଣା ଘଟିଛି । ଗତ ୧୦ ତାରିଖରେ ରୋଷେଇ ଘର ପାଖରେ ବସି ଟିଭି ଦେଖୁଥିବାବେଳେ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା ।
ଏଥିରେ ଗୋଟିଏ ପରିବାରର ୫ ଜଣ ଓ ଜଣେ ପଡ଼ୋଶୀ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ମାଆଙ୍କ ମୃତ୍ୟୁ ଖବର ସହିନପାରି ଆତ୍ମହତ୍ୟା କରିଛି ପୁଅ । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।