ଏମକେସିଜି ମେଡ଼ିକାଲ କଲେଜରେ ରାଗିଂ ଘଟଣା: ୪ ଜଣ ସିନିଅର ଛାତ୍ରଙ୍କୁ କ୍ୟାମ୍ପସରୁ ବ୍ୟାନ

୪ ସିନିଅର ଛାତ୍ରଙ୍କୁ କ୍ୟାମ୍ପସ ମନା। ଏମକେସିଜି ମେଡ଼ିକାଲ କଲେଜରେ ଛାତ୍ରକୁ ରାଗିଂ ଘଟଣାରେ ୪ ଜଣ ସିନିଅର ଛାତ୍ରଙ୍କୁ କ୍ୟାମ୍ପସରୁ ବ୍ୟାନ କରାଯାଇଛି। ମେଡିକାଲ କଲେଜ ଆଣ୍ଟି ରାଗିଂ କମିଟି ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ବ୍ରହ୍ମପୁର (କେନ୍ୟୁଜ): ୪ ସିନିଅର ଛାତ୍ରଙ୍କୁ କ୍ୟାମ୍ପସ ମନା। ଏମକେସିଜି ମେଡ଼ିକାଲ କଲେଜରେ ଛାତ୍ରକୁ ରାଗିଂ ଘଟଣାରେ ୪ ଜଣ ସିନିଅର ଛାତ୍ରଙ୍କୁ କ୍ୟାମ୍ପସରୁ ବ୍ୟାନ କରାଯାଇଛି। ମେଡିକାଲ କଲେଜ ଆଣ୍ଟି ରାଗିଂ କମିଟି ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଷ୍ଟାଲିନ ମହାପାତ୍ର ଓ ଜ୍ୟୋତିପ୍ରକାଶ ରାଉତ ୨ମାସ ପର୍ଯ୍ୟନ୍ତ କ୍ୟାମ୍ପସରେ ପ୍ରବେଶ କରି ପାରିବେ ନାହିଁ।

ଉଭୟଙ୍କୁ ହଷ୍ଟେଲ ଛାଡ଼ିବା ସହ କ୍ଲାସକୁ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ରାଗିଂକୁ ପ୍ରଶ୍ରୟ ଦେବା ଅଭିଯୋଗରେ ଚତୁର୍ଥ ବର୍ଷ ଛାତ୍ର ସୂର୍ଯ୍ୟକାନ୍ତ ନାୟକ ଓ ରମେଶ ସେଠୀଙ୍କୁ ଦୁଇ ସପ୍ତାହ ପାଇଁ ହଷ୍ଟେଲ ଛାଡ଼ିବା ସହ କ୍ଲାସକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମେଡିକାଲ କଲେଜ ଓ ହସ୍ପିଟାଲ ଡିନ୍ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.