ଭକ୍ତଙ୍କ ଭିଡ଼ରେ ଶ୍ରୀଜିଉଙ୍କୁ ଦର୍ଶନ କଲେ କାର୍ତ୍ତିକ ପାଣ୍ଡିଆନ୍, ପରିକ୍ରମା ମାର୍ଗକୁ ପରିଷ୍କାର ରଖିବାକୁ ଦେଲେ ନିର୍ଦ୍ଦେଶ

ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ପରିଷ୍କାର ପରିଚ୍ଛନ ରଖିବାକୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ଦ୍ଦେଶ। ନିଜେ ଉଠାଇଲେ ପରିକ୍ରମା ମାର୍ଗରେ ପଡିଥିବା ପାଣି ବୋତଲ ଓ ପରିତ୍ୟକ୍ତ ଜିନିଷ। ଆଜି ସକାଳୁ ସକାଳୁ ପୁରୀରେ ପହଞ୍ଚିଛିଲେ ଫାଇଭ୍ ଟି ଅଧ୍ୟକ୍ଷ ।

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ପରିଷ୍କାର ପରିଚ୍ଛନ ରଖିବାକୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ଦ୍ଦେଶ । ନିଜେ ଉଠାଇଲେ ପରିକ୍ରମା ମାର୍ଗରେ ପଡିଥିବା ପାଣି ବୋତଲ ଓ ପରିତ୍ୟକ୍ତ ଜିନିଷ। ଆଜି ସକାଳୁ ସକାଳୁ ପୁରୀରେ ପହଞ୍ଚିଛିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ । ଭକ୍ତଙ୍କ ସହ ଭିଡ଼ ଭିତରେ ମନ୍ଦିରକୁ ଯାଇଥିଲେ । ସାଧାରଣ ଭକ୍ତଙ୍କ ଭଳି ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ଏହାପରେ ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ । ପରିକ୍ରମା ମାର୍ଗର ଚାରିପଟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ । ପରିକ୍ରମା ମାର୍ଗରେ ପଡ଼ିଥିବା ପାଣି ବୋତଲ ଓ ଅନ୍ୟ ପରିତ୍ୟକ୍ତ ଜିନିଷଗୁଡିକୁ ଉଠାଇଥିଲେ । ପରିକ୍ରମା ମାର୍ଗର ସୁରକ୍ଷା ଓ ରକ୍ଷଣବେକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ । ଏତିକିବେଳେ ତାଙ୍କ ସହ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.