ଜିଓର ସବୁଠାରୁ ଶସ୍ତା ଡାଟା ପ୍ଲାନ, ୯୦ ଦିନର ଭାଲିଡିଟି ସହ ମିଳିବ ୧୮୦ GB ଡାଟା

ଯଦି ଆପଣ ଜଣେ ଜିଓ ୟୁଜର ଏବଂ ଏକ ଲଙ୍ଗ ଟର୍ମ ପ୍ଲାନ ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ । ଆଜି ଆମେ ଆପଣଙ୍କୁ କମ୍ପାନୀର ଏପରି ଏକ ପ୍ଲାନ ବିଷୟରେ ସୂଚନା ଦେବାକୁ ଯାଉଛୁ ଯେଉଁଥିରେ ଆପଣ ଶସ୍ତା ରିଚାର୍ଜରେ ଦୀର୍ଘ ଦିନର ଭାଲିଡିଟି ପାଇପାରିବେ । ଏହା ସହିତ କମ୍ପାନୀ ଆପଣଙ୍କୁ ପର୍ଯ୍ୟାପ୍ତ ଡାଟା ମଧ୍ୟ ପ୍ରଦାନ କରିବ । ତେବେ ଆସନ୍ତୁ ଜିଓର ଏହି ବିଶେଷ ପ୍ଲାନ ବିଷୟରେ ଜାଣିବା...

ରିଲାଏନ୍ସ ଜିଓ ହେଉଛି ଦେଶର ନମ୍ବର ୱାନ ଟେଲିକମ୍ କମ୍ପାନୀ । ଜିଓରେ ସାରା ଦେଶରେ ୪୪ କୋଟିରୁ ଅଧିକ ୟୁଜର ଅଛନ୍ତି । କମ୍ପାନୀ ଗ୍ରାହକଙ୍କ ପାଇଁ ରିଚାର୍ଜ ପ୍ଲାନଗୁଡିକର ଲିଷ୍ଟକୁ ବିଭିନ୍ନ କାଟାଗୋରିରେ ବିଭକ୍ତ କରିଛି ଯେଉଁଥିରେ ଉଭୟ ଶସ୍ତା ଏବଂ ମହଙ୍ଗା ପ୍ଲାନ ଉପଲବ୍ଧ । ଜିଓ ଲିଷ୍ଟରେ ସର୍ଟ ଟର୍ମ ଏବଂ ଲଙ୍ଗ ଟର୍ମ ପ୍ଲାନ ମଧ୍ୟ ରହିଛି । ଆପଣ ନିଜର ବଜେଟ୍ ଏବଂ ଆବଶ୍ୟକତା ଅନୁଯାୟୀ ଏଠାରୁ ପ୍ଲାନ ଚଏସ କରି ରିଚାର୍ଜ କରିପାରିବେ ।

ଯଦି ଆପଣ ଜଣେ ଜିଓ ୟୁଜର ଏବଂ ଏକ ଲଙ୍ଗ ଟର୍ମ ପ୍ଲାନ ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ । ଆଜି ଆମେ ଆପଣଙ୍କୁ କମ୍ପାନୀର ଏପରି ଏକ ପ୍ଲାନ ବିଷୟରେ ସୂଚନା ଦେବାକୁ ଯାଉଛୁ ଯେଉଁଥିରେ ଆପଣ ଶସ୍ତା ରିଚାର୍ଜରେ ଦୀର୍ଘ ଦିନର ଭାଲିଡିଟି ପାଇପାରିବେ । ଏହା ସହିତ କମ୍ପାନୀ ଆପଣଙ୍କୁ ପର୍ଯ୍ୟାପ୍ତ ଡାଟା ମଧ୍ୟ ପ୍ରଦାନ କରିବ । ତେବେ ଆସନ୍ତୁ ଜିଓର ଏହି ବିଶେଷ ପ୍ଲାନ ବିଷୟରେ ଜାଣିବା…

ଆମେ କହୁଥିବା ରିଲାଏନ୍ସ ଜିଓ ପ୍ଲାନ ହେଉଛି ୭୪୯ ଟଙ୍କା ମୂଲ୍ୟର ଏକ ପ୍ରିପେଡ୍ ପ୍ଲାନ । ଜିଓର ଏହି ପ୍ଲାନ Most Loved Plans ଲିଷ୍ଟରେ ସାମିଲ ହୋଇଛି । ଏହି ପ୍ଲାନ ସେହି ୟୁଜରମାନଙ୍କ ପାଇଁ ଉପଯୁକ୍ତ, ଯେଉଁମାନେ ଦୀର୍ଘ ଦିନର ଭାଲିଡିଟି ଚାହୁଁଛନ୍ତି କିମ୍ବା ଯେଉଁମାନେ ଅଧିକ ଡାଟା ଆବଶ୍ୟକ କରନ୍ତି । ଜିଓର ୭୪୯ ଟଙ୍କା ପ୍ଲାନରେ, କମ୍ପାନୀ ୯୦ ଦିନର ଭାଲିଡିଟି ପ୍ରଦାନ କରେ । ଏହି ପ୍ଳାନରେ ଆପଣ ୯୦ ଦିନ ପାଇଁ ଯେକୌଣସି ନେଟୱାର୍କରେ ଫ୍ରି କଲିଂ କରିପାରିବେ ।

ଜିଓର ଏହି ପ୍ଲାନରେ, ୧୮୦ ଜିବି ଇଣ୍ଟରନେଟ୍ ଡାଟା ମିଳିବ ଅର୍ଥାତ୍ ଆପଣ ପ୍ରତିଦିନ ୨ ଜିବି ଡାଟା ପାଇପାରିବେ । ଏହି ଉପାୟରେ, ଆପଣ ନିଜ ଡେ଼ଲି ରୁଟିନର ଇଣ୍ଟରନେଟ୍ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକୁ ସହଜରେ ସମ୍ପୂର୍ଣ୍ଣ କରିବାକୁ ସକ୍ଷମ ହେବେ । ଆପଣ ପ୍ରତିଦିନ ୧୦୦ ଟି SMS ମଧ୍ୟ ବ୍ୟବହାର କରିପାରିବେ । ଏହି ପ୍ଲାନରେ ଗ୍ରାହକମାନଙ୍କୁ Jio TV, Jio Cinema ଏବଂ Jio Cloud ର ଫ୍ରି ସବସ୍କ୍ରିପ୍ସନ ମଧ୍ୟ ମିଳିଥାଏ ।

ଆପଣଙ୍କୁ କହି ରଖୁଛୁ ଯେ ଯଦି ଆପଣ କୌଣସି କାର୍ଯ୍ୟ କରନ୍ତି ଯେଉଁଥିରେ ଆପଣଙ୍କୁ ଅଧିକ ଇଣ୍ଟରନେଟ୍ ଡାଟା ଆବଶ୍ୟକ ହୁଏ, ତେବେ ଆପଣ ୭୧୯ ଟଙ୍କା ମୂଲ୍ୟର କମ୍ପାନୀର ପ୍ଲାନ ମଧ୍ୟ ନେଇପାରିବେ । ଏହି ପ୍ଲାନରେ, କମ୍ପାନୀ ନିଜ ୟୁଜରମାନଙ୍କୁ ୮୪ ଦିନର ଭାଲିଡିଟି ପ୍ରଦାନ କରିଥାଏ । ଏହା ସହିତ, ଏହା ଦୈନିକ ୨ ଜିବି ଡାଟା ସହିତ ୪୨GB ଡାଟା ଫ୍ରି ମଧ୍ୟ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.