ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ, ବାଜା ବଜାଇ ନାଚିଲେ ଲୋକେ

ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କୁ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଛି । କଥାରେ ଅଛି ନା “ଅନ୍ୟାୟ ଧନ ବଢେ ବହୁତ ଗଲା ବେଳେ ଯାଏ ମୂଳ ସହିତ ।" ତେବେ ନିଜ ଭଡାଘରୁ ଭିଜିଲାନ୍ସ ତାଙ୍କୁ ଭୁବନେଶ୍ୱର ଉଠେଇ ନେଇଥିବା ବେଳେ ରାଜ୍ୟର ୧୦ଟି ସ୍ଥାନରେ ଚାଲିଥିଲା ରେଡ଼ । ତେବେ ଏ ଖବର ପ୍ରଘଟ ହେବା ପରେ ଜିଲ୍ଲାର ବିଭିନ୍ନ ସଂଗଠନ ଖୁସି ବ୍ୟକ୍ତ କରିଛନ୍ତି ।

ବୌଦ୍ଧ(କେନ୍ୟୁଜ): ବାହା ବାହାରେ କି ନାଚ । ଢୋଲ ବାଜାର ତାଳେ ତାଳେ ଝୁମିଲେ ଲୋକେ । କାହାରା ବାହାଘର କି ବ୍ରତଘର ନୁହେଁ, ଏହି ଲୋକମାନଙ୍କ  ଖୁସି ପଛର କାରଣ ଟିକେ ଅଲଗା । ଏକଥା ତ ସମସ୍ତଙ୍କୁ ଜଣା କି, ଭିଜିଲାନ୍ସ ଜାଲରେ ଛନ୍ଧି ହୋଇଯାଇଛନ୍ତି ବୌଦ୍ଧ RTO । ଆଉ ସେହି ପରିପେକ୍ଷୀରେ ପରିବହନ କାର୍ଯ୍ୟାଳୟ ଆଗରେ ବାଜା ବଜାଇ ଖୁସି ମନେଇଥିଲେ ବିଭିନ୍ନ ସଂଗଠନ । ଏଭଳି ନିଆରା ଦୃଶ୍ୟ ବୌଦ୍ଧ ପରିବହନ କାର୍ଯ୍ୟାଳୟ ଆଗରେ ଦେଖି ଦେଖଣାହାରୀ ବି କିଛି ସମୟ ଅଟକି ଯାଇଥିଲେ ।

ସୂଚନା ମୁତାବକ ଗତ ଗୁରୁବାର ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କୁ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ନାରେ ରହିଛି କୋଟି କୋଟି ଟଙ୍କାର ସମ୍ପତି । ତେବେ ବାବୁ ବୌଦ୍ଧକୁ ଆସିବା ଦିନ ଠାରୁ ବିବାଦରେ ରହିଆସିଥିବାବେଳେ ତାଙ୍କୁ ବଦଳି କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ଆପତ୍ତି କରିଥିଲେ ଅନେକ ସଂଗଠନ । କାରଣ ଜିଲ୍ଲାରେ RTO ବାବୁଙ୍କର ଚାଲିଥିଲା ତାଲିବାନି ଶାସନ । ଦିନରେ ନିୟମ କାନୁନ ଦେଖାଉଥିବା ବାବୁ ରାତି ହେଲେ ଭାଙ୍ଗନ୍ତି ନିୟମ । ଫାଇନ ନା ନେଇ ଗାଡିରୁ ଆଦାୟ କରନ୍ତି ଲକ୍ଷ ଲକ୍ଷ ଟଙ୍କା ।

କଥାରେ ଅଛି “ଅନ୍ୟାୟ ଧନ ବଢେ ବହୁତ ଗଲା ବେଳେ ଯାଏ ମୂଳ ସହିତ ।” ତେବେ ନିଜ ଭଡାଘରୁ ଭିଜିଲାନ୍ସ ତାଙ୍କୁ ଭୁବନେଶ୍ୱର ଉଠେଇ ନେଇଥିବା ବେଳେ ରାଜ୍ୟର ୧୦ଟି ସ୍ଥାନରେ ଚାଲିଥିଲା ରେଡ଼ । ତେବେ ଏ ଖବର ପ୍ରଘଟ ହେବା ପରେ ଜିଲ୍ଲାର ବିଭିନ୍ନ ସଂଗଠନ ଖୁସି ବ୍ୟକ୍ତ କରିଛନ୍ତି । ସ୍ଥିତି ଏଭଳି ହୋଇଛି ଜିଲ୍ଲାର ଡ୍ରାଇଭର ସଂଘ ଓ ସାମାଜିକ ସୁରକ୍ଷା ପରିଷଦ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ସମ୍ମିଳନୀ କରିବା ସହ ବାଜା ବଜାଇ ନିଜ ଖୁସି ଜାହିର କରିଛନ୍ତି ।

ବିଭିନ୍ନ ସମୟରେ RTO ବାବୁ ଡ୍ରାଇଭର ମାନଙ୍କୁ ହଇରାଣ କରୁଥିଲେ । ଯାହାଫଳରେ ତାଙ୍କର ବଦଳି ନିମନ୍ତେ ଦାବି ପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଆଜି ଭିଜିଲାନ୍ସ ଜାଲରେ ପଡିଥିବାରୁ, ଭିଜିଲାନ୍ସକୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.