୪ ଦିନରେ ଗଲାଣି ୨ ହାତୀ ଛୁଆର ଜୀବନ, କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ନାରାୟଣୀପଶୀ ଖଣି ଲିଜ ପରିସରରୁ ହାତୀ ଛୁଆର ମୃତଦେହ ଠାବ। ହାତୀ ଶାବକର କିପରି ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ । ଆଜି ହାତୀ ଶାବକର ଶବ ବ୍ୟବଚ୍ଛେଦ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ନାରାୟଣୀପଶୀ ଖଣି ଲିଜ ପରିସରରୁ ହାତୀ ଛୁଆର ମୃତଦେହ ଠାବ । ହାତୀ ଶାବକର କିପରି ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ । ଆଜି ହାତୀ ଶାବକର ଶବ ବ୍ୟବଚ୍ଛେଦ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶବ ବ୍ୟବଚ୍ଛେଦ ପରେ ହାତୀଟିର କିପରି ମୃତ୍ୟୁ ଘଟିଛି ଜଣାପଡ଼ିବ ବୋଲି ବଣାଇ ଡ଼ିଏଫଓ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଚାରି ଦିନ ପୂର୍ବରୁ ମାଲଦା ଜଙ୍ଗଲରୁ ଏକ ହାତୀ ଶାବକ ମୃତଦେହ ଉଦ୍ଧାର କରିଥିଲା ବନ ବିଭାଗ । ପୁଣି ଗତକାଲି ଆଉ ଏକ ଛୁଆ ହାତୀ ମୃ ଦେହ ଠାବ କରି ତଦନ୍ତ କରୁଛି ବନ ବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.