ଚାଷୀ ଆନ୍ଦୋଳନ ବେଳେ ଚାଲିଗଲା ପୋଲିସ କର୍ମୀଙ୍କ ଜୀବନ, ପୂର୍ବରୁ ଜଣେ ଚାଷୀଙ୍କର ହୃଦଘାତରେ ହୋଇଥିଲା ମୃତ୍ୟୁ

ଶମ୍ଭୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଆନ୍ଦୋଳନ ସମୟରେ ଜଣେ ଚାଷୀ ହୃଦଘାତରେ ମରିଥିବା ବେଳେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଖବର ମୁତାବକ, ୫୨ ବର୍ଷୀୟ ହୀରାଲାଲ ଚାଷୀ ଆନ୍ଦୋଳନରେ ଶମ୍ଭୁ ବର୍ଡରେ ଡ୍ୟୁଟିରେ ନିୟୋଜିତ ଥିଲେ ।

ପଞ୍ଜାବ-ହରିଆଣାର ଶମ୍ଭୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଆନ୍ଦୋଳନ ସମୟରେ ଜଣେ ଚାଷୀ ହୃଦଘାତରେ ମରିଥିବା ବେଳେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଖବର ମୁତାବକ, ୫୨ ବର୍ଷୀୟ ହୀରାଲାଲ ଚାଷୀ ଆନ୍ଦୋଳନରେ ଶମ୍ଭୁ ବର୍ଡରେ ଡ୍ୟୁଟିରେ ନିୟୋଜିତ ଥିଲେ । ହେଲେ ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲେ ।

ମୃତ ସବ୍‌ ଇନ୍ସପେକ୍ଟର ହୀରାଲାଲ ପାନିପଥର ସମାଲଖା ଫାଣ୍ଡିରେ ମୁତୟନ ଥିବା ବେଳେ ଚାଷୀ ଆନ୍ଦୋଳନ ନିମନ୍ତେ ଶମ୍ଭୁ ବର୍ଡରରେ ତାଙ୍କୁ ମୁତୟନ କରାଯାଇଥିଲା । ସେଠାରେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ସାଥୀ କର୍ମଚାରୀମାନେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ତେବେ ଏହି ଘଟଣାରେ ହରିୟାଣା ଡିଜିପି ଶତ୍ରୁଜିତ କପୁର ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି, ସବ ଇନ୍ସପେକ୍ଟର ହୀରାଲାଲ ସବୁବେଳେ ନିଜର ଡ୍ୟୁଟିକୁ ସଂପନ୍ନ କରିଛନ୍ତି । ତାଙ୍କ ମୃତ୍ୟୁ ପୋଲିସ ଫୋର୍ସ ପାଇଁ ବଡ କ୍ଷତି ।

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବେ ହରିଆଣାର ଶମ୍ଭୁ ସୀମାରେ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ଚାଷୀ ହୃଦଘାତରେ ଆଖି ବୁଜିଥିଲେ । ମୃତ ଚାଷୀଜଣକ ୬୩ ବର୍ଷୀୟ ଜିଆନ ସିଂହ । ହରିଆଣାର ଶମ୍ଭୁ ବର୍ଡରରେ ଚାଲିଥିବା କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ଆଜିକୁ ୫ ଦିନ ହେଲାଣି ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଛି । ଦିଲ୍ଲୀର ସବୁ ସୀମାକୁ ସିଲ୍‌ କରାଯିବା ସହିତ ପୋଲିସ ଘଟଣା ସ୍ଥଳରେ ନିୟୋଜିତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.