ଗାଁ ନିକଟରେ ବୁଲୁଛି ଶିକାରୀ ଗୁଳିରେ କ୍ଷତାକ୍ତ ଦନ୍ତା ହାତୀ ! ତୁରନ୍ତ ଚିକିତ୍ସା ପାଇଁ କରାଯିବ ଟ୍ରାଙ୍କୁଲାଇଜ

ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ । କୁହାଯାଉଛି ଦନ୍ତା ମୁଣ୍ଡରେ ବାଜିଛି ଶିକାରୀ ଗୁଳି ! ଗୁଳି ବିଦ୍ଧ ଦନ୍ତା ବୁଲୁଥିବା ନେଇ ପ୍ରଚାର ହେବା ପରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । ସତରେ କେତେ ଅମାନବୀୟ ଏ ଘଟଣା ।

ଅନୁଗୋଳ(କେନ୍ୟୁଜ): ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ । କୁହାଯାଉଛି ଦନ୍ତା ମୁଣ୍ଡରେ ବାଜିଛି ଶିକାରୀ ଗୁଳି ! ଗୁଳି ବିଦ୍ଧ ଦନ୍ତା ବୁଲୁଥିବା ନେଇ ପ୍ରଚାର ହେବା ପରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । ସତରେ କେତେ ଅମାନବୀୟ ଏ ଘଟଣା । ହାତୀ ଓ ମଣିଷ ଲଢ଼େଇକୁ ନେଇ ଅନୁଗୁଳ ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ଥାଏ । ତେବେ କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷଙ୍କୁ ହାତୀ ମାରୁଛି । ହାତୀ ମଣିଷ ଲଢେଇର ଅନ୍ତ କେବେ ଏପ୍ରଶ୍ନର ଉତ୍ତର ମିଳିବା ଏତେ ସହଜ ନୁହେଁ ?

ତେବେ ଆଜିର ଘଟଣା ସଭିଙ୍କୁ ଆଘାତ ପହଁଚାଇବ । ମଣିଷ ନିଜ ସ୍ୱାର୍ଥ ପାଇଁ ଏତେ ତଳକୁ କେମିତି ଖସି ଯାଉଛି । ନୀରିହ ପଶୁକୁ କେମିତି ଏଭଳି ଯନ୍ତ୍ରଣା ଦେଇପାରୁଛି । ହାତଟି ତ ନୀରିହ ପଶୁ ତାର ବା କେତେ ବୁଦ୍ଧି ହେଲେ, ଆମେ ତ ମଣିଷ ନା ଆମର ତ ବୁଝିବାର ଶକ୍ତି ଅଛି, ଠିକ୍ ଭୁଲ୍ ବିଚାର କରିବାର କ୍ଷମତା ଅଛି । ତାହା ହେଲେ ଏମିତି ହିଂସ୍ର କେମିତି ହୋଇପାରୁଛି ଏ ମଣିଷ । ଗତ ଦୁଇ ଦିନ ହେଲା ଅନୁଗୋଳ ଛେଣ୍ଡିପଦା ବନାଞ୍ଚଳ ବାଗଡ଼ିଆ ଅଂଚଳରେ ଏକ ଗୋଠଛଡ଼ା ଦନ୍ତା ହାତୀ ବୁଲୁଛି । ଏହି ହାତୀଟି ଟାଙ୍ଗିରୀ ପଞ୍ଚାୟତର ପୁରୁଣାଗଡ଼ ଅଞ୍ଚଳର ରାସ୍ତା କଡରେ ସକାଳୁ ବୁଲୁଛି । ଯାହା ଫଳରେ ସେହି ରାସ୍ତାରେ ଯିବା ଆସିବା କରିବାକୁ ଭୟ କରୁଛନ୍ତି ଲୋକେ ।

ତେବେ ହାତୀଟିର ମୁଣ୍ଡରେ ଏକ ଗଭୀର କ୍ଷତ ଦେଖା ଯାଇଛି । ସେହି କ୍ଷତରୁ ରକ୍ତ ଝରୁଛି । ଖବର ପାଇ ବନବିଭାଗ ଅଧିକାରୀ , ଡାକ୍ତରୀ ଟିମ୍ ଓ ଟ୍ରାଙ୍କୁଲାଇଜ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ହାତୀର ଗତିବିଧି ଉପରେ ନଜର ରଖାଯାଇଛି । ଅନୁଗୁଳ DFOଙ୍କ ସମେତ ଜଗି ରହିଛନ୍ତି ୨୦ ଜଣିଆ ଟିମ୍। ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯିବ ବୋଲି କହିଛନ୍ତି DFO ବିବେକ କୁମାର ।

ତୁରନ୍ତ ଚିକିତ୍ସା କରାନଗଲେ ଦନ୍ତାର ଅବସ୍ଥା ଆହୁରି ଭୟଙ୍କର ହୋଇପାରେ । ତେବେ ହାତୀ ମୁଣ୍ଡରେ ଶିକାରୀ ଗୁଳି ବାଜିଛି ନା ଅନ୍ୟ କୌଣସି କାରଣ ପାଇଁ କ୍ଷତ ସୃଷ୍ଟି ହୋଇଛି ସେନେଇ ଟ୍ରାଙ୍କୁଲାଇଜ ପରେ ସ୍ପଷ୍ଟ ହେବ । ଯଦି ସତରେ ପ୍ରମାଣିତ ହୁଏ କି ହାତୀଟିର ମୁଣ୍ଡରେ ଗୁଳି ବାଜିଛି ତେବେ ଏଦିଗରେ ବନ ବିଭାଗ କି ପଦକ୍ଷପ ଗ୍ରହଣ କରିବ ତାହା ଦେଖିବାକୁ ଅପେକ୍ଷା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.