Below header

ସାଲେପୁର ପ୍ରସିଦ୍ଧ ଗଙ୍ଗେଶ୍ୱର ଶୈବପୀଠରେ ଚାଲିଛି ପାଟୁଆଯାତ୍ରା, ଉପବାସରେ ରହି ଅଧିଆ ପଡ଼ିଛନ୍ତି ବହୁ ମାନସିକଧାରୀ

ସାଲେପୁର(କେନ୍ୟୁଜ) : ପବିତ୍ର ପାଟୁଆ ଯାତ୍ରା ପାଇଁ ପ୍ରସିଦ୍ଧ ଲାଭ କରିଛି କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ପ୍ରସିଦ୍ଧ ଗଙ୍ଗେଶ୍ୱର ଶୈବପୀଠ। ଏଠାରେ କାହିଁ କେଉଁ କାଳରୁ ପାଟୁଆଯାତ୍ରା ଅନୁଷ୍ଠିତ ହୋଇଆସୁଛି। କରୋନା ମହାମାରୀ ଯୋଗୁ ଦୀର୍ଘ ଦୁଇବର୍ଷ ହେବ ବନ୍ଦ ରହିଥିବା ଏହି ଯାତ୍ରା ପୁଣି ଚଳିତ ବର୍ଷ ଚଳଚଞ୍ଚଳ ହୋଇ ଉଠିଛି ।

ସାଲେପୁର ଅଞ୍ଚଳର ପ୍ରସିଦ୍ଧ ସର୍ବପୁରାତନ ଏହି ଶୈବ ପୀଠରେ ପ୍ରତିବର୍ଷ ଝାମୁ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇଉଠେ। ଚଳିତ ବର୍ଷ ବି ଉତ୍ସବ ମୁଖର ହୋଇ ଉଠିଛି ଏହି ପୀଠ । ମାନସିକ ଧାରୀ  ବିଭିନ୍ନ ସଂପ୍ରଦାୟର ପାଟୁଆ ମାନେ ମାନସିକ ପାଇଁ  କାହିଁ କେତେ ଦୁରରୁ ଏଠାକୁ ଆସିଥାନ୍ତି। ଭକ୍ତିର ସହ ପ୍ରଭୁ ଗଙ୍ଗେଶ୍ୱରଙ୍କ ଶରଣରେ ପଡ଼ିଥାନ୍ତି । ବିଶ୍ବାସ ଅଛି ଯାହା ଏହି ପୀଠରେ ମାନସିକ କରିବ ତାହା ପୂରଣ ହେବ ବୋଲି । ସେଥି ପାଇଁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ଯନ୍ତ ଏହି ମାନସିକ କରି ପୁରା ଉପବାସରେ ରହି ଅଧିଆ ପଡ଼ିଥାନ୍ତି । କଣ୍ଟା ପାଟୁଆ, ବେତ ପାଟୁଆ, ଚ୍ରକି ପାଟୁଆ , ଅଗ୍ନି ପାଟୁଆ ଆଦି ଏହି ପୀଠରେ ହୋଇ ଥାଏ ।

ଏ ବର୍ଷ ମାନସିକ ଧାରୀ ପାଟୁଆମାନଙ୍କ ସଂଖ୍ଯା ବୃଦ୍ଧି ପାଇଥିବା ବେଳେ ନିଜର ବେତ ପଇତା ଧାରଣ କରି ଠାକୁରଙ୍କ ବେଢ଼ା ପରିସରରେ ବସିରହିଛନ୍ତି। ପାଟୁଆଙ୍କମୁଖ୍ଯ ଶ୍ରୀ ପାଟୁଆଙ୍କ ପୂଜାର୍ଚ୍ଚନା ପରେ ପାଟୁଆମାନେ ପୂଜା ପାଇଥାନ୍ତି। । ଚଳିତ ବର୍ଷ ଗଙ୍ଗେଶ୍ୱରଙ୍କ ପାଟୁଆ ଯାତ୍ରା ପାଇଁ ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ଯବସ୍ଥା କରଯାଇଛି। ବବିଭିନ୍ନ ଦୋକାନ ଷ୍ଟଲ ମନ ଖୋଲା ଯାଇଥିବା ସହ ବେଶ୍ ଗହଳି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.