Below header

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ମଠକରଗୋଳା ପଞ୍ଚାୟତର ପିଇଓ

ଢେଙ୍କାନାଳ(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ପିଇଓ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ମଠକରଗୋଳା ପଞ୍ଚାୟତର ପିଇଓ ସନ୍ତୋଷ ସାହୁଙ୍କ ଘରେ ବିଜିଲାନ୍‌ସ ରେଡ୍‌।

ଢେଙ୍କାନାଳ ଜିଲ୍ଲାରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍‌ସ ବିଭାଗର ୫ଟି ଟିମ୍‌। ଟିମ୍‌ରେ ଜଣେ ଡିଏସ୍‌ପି ଓ ୭ଜଣ ଇନିସପେକ୍ଟର ସାମିଲ ଅଛନ୍ତି। କାମାକ୍ଷାନଗରରେ ଗୋଟିଏ ୩ ମହଲା ଘର ଓ ଅନ୍ୟ ୨ଟି ଏକ ମହଲା ଘର ଠାବ ହୋଇଛି। ଚଢାଉ ଜାରି ରହିଥିବାରୁ ସଠିକ୍‌ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.