ସିବିଏସଇ ଢାଞ୍ଚା ଆପଣାଇଲା ଓଡ଼ିଶା ବୋର୍ଡ, ଦଶମରେ ହେବ ଦୁଇଟି ବୋର୍ଡ ପରୀକ୍ଷା

କେନ୍ଯୁଜ୍:ସିବିଏସଇ ଢାଞ୍ଚା ଆପଣାଇଲା ଓଡ଼ିଶା ବୋର୍ଡ । ଦଶମରେ ହେବ ଦୁଇଟି ବୋର୍ଡ ପରୀକ୍ଷା । ସିବିଏସଇ ଢାଞ୍ଚାରେ ଓଡିଶା ବୋର୍ଡ ଦଶମରେ ଦୁଇଟି ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ଏଭଳି ଦୁଇଟି ପରୀକ୍ଷା ହେବ । ଛାତ୍ରଛାତ୍ରୀ ଅନଲାଇନରେ ଫର୍ମ ପୂରଣ କରି ବୋର୍ଡ ଦ୍ୱାରା ନିର୍ଦ୍ଧାରିତ କେନ୍ଦ୍ରରେ ପରୀକ୍ଷା ଦେବେ । ଅର୍ଦ୍ଧବାର୍ଷିକ ପରୀକ୍ଷା ନଭେମ୍ବର ଶେଷ ସପ୍ତାହରେ ହେବ । ପ୍ରତି ବିଷୟରେ ୫୦ ପ୍ରତିଶତ ପାଠ୍ୟକ୍ରମରୁ ୫୦ ନମ୍ବରର ମଲ୍ଟିପୁଲ ଚଏସ୍‌ ପ୍ରଶ୍ନକୁ ନେଇ OMR ସିଟ୍‌ରେ ପରିକ୍ଷା କରାଯିବ ।

ପରୀକ୍ଷାର ଅବଧି ଏକଘଣ୍ଟା ରହିବ ଏବଂ କମ୍ପ୍ୟୁଟରରେ ଖାତା ମୂଲ୍ୟାୟନ କରାଯିବ । ବାର୍ଷିକ ପରୀକ୍ଷା ଏପ୍ରିଲ ଶେଷ ସପ୍ତାହରେ ହେବ। ସମ୍ପୁର୍ଣ୍ଣ ପାଠ୍ୟକ୍ରମକୁ ନେଇ ପ୍ରତ୍ୟୋକ ବିଷୟରେ ୫୦ ନମ୍ବର ମଲଟିପୁଲ ଚଏସ୍‌ ପରୀକ୍ଷା ହେବ । କେନ୍ଦ୍ରରେ ପରୀକ୍ଷା ନହୋଇ ପାରିଲେ ଛାତ୍ରଛାତ୍ରୀ ଘରେ ରହି ପରୀକ୍ଷା ଦେବେ । କେଉଁ ସ୍କୁଲ ଶିକ୍ଷକ କେଉଁ ସ୍କୁଲ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଦେଖିବେ, ତାହା ଜିଲ୍ଲା ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଧାରଣ କରିବେ । ବୋର୍ଡ ପୋର୍ଟାଲରେ ଏହି ନମ୍ବର ଅପଲୋଡ କରାଯିବ । ଯଦି ଛାତ୍ରଛାତ୍ରୀ ଦୁଇଟି ଯାକ ପରୀକ୍ଷା ଦେଇ ପାରିଲେ ତେବେ ଇଣ୍ଟରନାଲ ଆସେସମେଣ୍ଟର ୨୦ ପ୍ରତିଶତ, ଅର୍ଦ୍ଧ ବାର୍ଷିକ ପରୀକ୍ଷାର ୩୦ ପ୍ରତିଶତ ଓ ବାର୍ଷିକ ପରୀକ୍ଷ । ନମ୍ବରର ୫୦ ପ୍ରତିଶତ େଓ୍ଵଟେଜକୁ ନେଇ ଚୂଡାନ୍ତ ମାର୍କସିଟ୍‌ ପ୍ରସ୍ତୁତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
2 Comments
  1. Basant maharana says

    100

  2. Basant maharana says

    Bahut achcha hai 10 lakh subscriber

Leave A Reply

Your email address will not be published.