କରୋନା କଟକଣାକୁ ବେଖାତିର, ଆମିଷ ନିଶାରେ ମାଛ ମାର୍କେଟରେ ଲାଗି ରହିଛି ଲୋକଙ୍କ ଭିଡ

ଗଞ୍ଜାମ: ଗଞ୍ଜାମରେ ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମଣ ସଂଖ୍ୟା । କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରକୁ ୪ ଦିନ ପାଇଁ ସଟ୍‌ଡାଉନ୍‌ କରାଯାଇଛି । କେବଳ ଔଷଧ ଦୋକାନ ଓ କ୍ଷୀର ପରି ଜରୁରୀ ସାମଗ୍ରୀ ମାନ ବିକ୍ରୀ ପାଇଁ ଅନୁମତି ରହିଛି । ଏପରି ସ୍ଥଳେ ବ୍ରହ୍ମପୁରରେ ନିୟମର ଖୋଲାଖୋଲି ଉଲଂଘନ ହେଉଥିବା ଦେଖିବାକୁ ମିଳିଛି । ଖୋଲିଛି ମାଛ ଦୋକାନ । ଖାଲି ଖୋଲିନି ମାଛ ଦୋକାନ ଆଗରେ ମଧ୍ୟ ଲୋକଙ୍କ ଗହଳି ଲାଗି ରହିଛି । ରବିବାରରେ ପାଟିରେ ଆମିଷ ଟିକେ ନ ବାଜିଲେ ଯେମିତି ସବୁ ଅଧୁରା ରହିଯିବ | ତେଣୁ ଯାହା ହେଉ ପଛେ, କରୋନା ହେଉ ପଛେ କିନ୍ତୁ ମାଛ ଖାଇବା ନିହାତି ଦରକାର ।

ବ୍ରହ୍ମପୁର ସହରର ହରଡ଼ାଖଣ୍ଡି ମାଛ ମାର୍କେଟ୍‌ରେ ଆଜି ସକାଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଥମେ କିଛି ସ୍ଥାନୀୟ ଲୋକ ଭିଡ ଦେଖି ବ୍ୟବସାୟୀଙ୍କୁ ହଟାଇଥିଲେ । ପରେ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ପୋଲିସ ତରଫରୁ ମାଛ ମାର୍କେଟ୍‌କୁ ବନ୍ଦ କରାଯାଇଥିଲା । କହିରଖିବା ଉଚିତ ହେବକି ଗୋଟେ ପଟେ ଜିଲ୍ଲା ବାସୀ କରୋନା କଟକଣାକୁ ମାନୁ ନଥିବା ବେଳେ ଆଜିହିଁ ଜିଲ୍ଲାରୁ ସର୍ବାଧିକ ୭୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.