ଦଶାହା କାର୍ଯ୍ୟରେ ଯୋଗ ଦେଇ ବାରିକ ହେଲେ କରୋନା ସଂକ୍ରମିତ, ସୁପରସ୍ପ୍ରେଡର ଭୟରେ ଆତଙ୍କିତ ଅଞ୍ଚଳବାସୀ

ଆନନ୍ଦପୁର(କେନ୍ୟୁଜ୍):  ଦଶାହା କାର୍ଯ୍ୟରେ ଯୋଗ ଦେଇ ବାରିକ ହେଲେ  କରୋନା ସଂକ୍ରମିତ। ଖବର ଶୁଣି ଆତଙ୍କିତ ଅବସ୍ତାରେ ଅଛନ୍ତି ଅଞ୍ଚଳବସୀ। ଏଭଳି ଘଟଣା ଘଟିଛି ଆନନ୍ଦପୁର ବ୍ଲକ ତରତରା ପଂଚାୟତର ତରତରା ଗାଁରେ।

ସୂଚନା ମୁତାବକ ଆନନ୍ଦପୁର ପୌରାଞ୍ଚଳର  ୭ ନମ୍ବର ୱାର୍ଡରେ ଜଣେ ବୃଦ୍ଧ ମୃତ ବ୍ୟକ୍ତିଙ୍କ ଦଶାହ କାର୍ଯ୍ୟରେ  ଯୋଗଦେଇ ଅନେକ ଲୋକଙ୍କୁ ଖିଅର କରିଥିଲେ ଏହିବାରିକ ଜଣକ। ସେଠାରେ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସି ବାରିକ ଜଣକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଗତକାଲି ସେହି ବାରିକଙ୍କର ରିପୋର୍ଟ ପଜିଟିଭ ହେବାର ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି। ଏଠାକାର  ସରପଞ୍ଚ ନିଜ କ୍ଷମତା ପ୍ରୟୋଗ କରି ଆଗୁଆ ପଦକ୍ଷେପ ନେଇଛନ୍ତି।

ପଞ୍ଚାୟତକୁ ଆଜିଠାରୁ ଆସନ୍ତା୨ ତାରିଖ ପର୍ଯ୍ୟନ୍ତ ସଟଡ଼ାଉନ ଘୋଷଣା କରାଯାଇଛି। ପ୍ରଶାସନ ତରଫରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଓ ଆଖପାଖ ଅଞ୍ଚଳକୁ ସାନିଟାଇଜ କରାଯାଇଛି ତଥାପି ଲୋକଙ୍କ ମନରୁ ଭୟ ଯାଉନାହିଁ । ସମ୍ପୃକ୍ତ ବାରିକ ଜଣକ ୭ ନମ୍ବର ୱାର୍ଡରେ ଦଶାହ କାମ ସାରି ନିଜ ଗାଁ ଓ ଆଖ ପାଖ ଅଞ୍ଚଳରେ ଅନେକ ଲୋକଙ୍କୁ ଖିଅର କରିଥିବା ଅଭିଯୋଗ ହୋଇଛି। ତୁରନ୍ତ କଣ୍ଟାକଟ ଟ୍ରେସିଂ କରି ବାରିକଙ୍କ ସହ ମିଶିଥିବା ଲୋକଙ୍କ କରୋନା ପରୀକ୍ଷା କରିବାକୁ ଅଞ୍ଚଳବାସୀ  ଦାବି କରିଛନ୍ତି।

Leave A Reply

Your email address will not be published.