Below header

ମାଟ୍ରିକ ପରୀକ୍ଷାରେ ପାସ୍ କରିଥିବା ଛାତ୍ରୀ ପାଇଲେ ଫେଲ ଖବର, ଅବସାଦରେ କରିଦେଲେ ଅତ୍ମହତ୍ୟା

ଭଦ୍ରକ(କେନ୍ୟୁଜ୍):  ମିଛ ଖବର ଆଣିଦେଲା ମୃତ୍ୟୁ ।  ମାଟ୍ରିକ ପରୀକ୍ଷାରେ ଫେଲ ହୋଇଯାଇଛି ବୋଲି ମିଛ ଖବର ପାଇବା ପରେ ବିଷ ପିଇ ଅତ୍ମହତ୍ୟା କଲେ ଛାତ୍ରୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ମିଳିଥିବା ସୂଚନା ମୁତାବକ ସୁଗ ପଂଚାୟତର ହାଟପୋଖରୀ ସାହିର ଅର୍ଜୁନ ମହାଳିକଙ୍କ ଝିଅ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ସେ ସୁଗ  ହାଇସ୍କୁଲର ଛାତ୍ରୀ ଥିଲେ । ଆଜି ପୂର୍ବାହ୍ନରେ ପ୍ରକାଶ ପାଇଥିବା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳରେ ଛାତ୍ରୀ ଜଣକ ଫେଲ ହୋଇଯାଇଛନ୍ତି  ବୋଲି ତାଙ୍କର ଜଣେ ସାଙ୍ଗ ଫୋନଯୋଗେ କହିଥିଲେ।  ଏହି ଖବର ଶୁଣିବା ପରେ ଛାତ୍ରୀ ଜଣକ ନିଜକୁ ଅପମାନିତ ମନେକରି ଅର୍ଥାତ ପରିବାର ଲୋକଙ୍କ ଭୟରେ ବିଷପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି ।

ସେହିପରି ପଟ୍ଟାମୁଣ୍ଡାଇରେ ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଓ କେନ୍ଦ୍ରାପଡାର ଜଣେ ପରୀକ୍ଷାର୍ଥୀ ଫେଲ ହେବା ପରେ ଅତ୍ୟହତ୍ୟା କରିଥିବାର ଖବର ମିଳିଛି। ତେବେ କହି ରଖୁଛୁ ମାଟ୍ରିକ ପରୀକ୍ଷା ଜୀବନରେ ସର୍ବସ୍ବ ନୂହେଁ। ହାର ପରେ ଜିତ୍ ସୁନିଶ୍ଚିତ ରହିଛି। ଏହାକୁ କେବଳ ଏକ ସାଧାରଣ ପରୀକ୍ଷା ମନେକରି ଚାପମୁକ୍ତ ହୁଅନ୍ତୁ ଛାତ୍ରଛାତ୍ରୀ। ଏଥିପ୍ରତି ଅଭିଭାବକଙ୍କର ବିଶେଷ କର୍ତ୍ତବ୍ୟ ରହିଛି। ତେଣୁ ସବୁ ଛାତ୍ରଛାତ୍ରୀଙ୍କୁ କେନ୍ୟୁଜ୍ ତରଫରୁ ଅନୁରୋଧ କରାଯାଇଛି କି ବିଫଳତା ଜୀବନର ମାପକାଠି ନୁହେଁ । ବିଫଳତା ହିଁ ସଫଳତାର ମୂଳଦୁଆ ବୋଲି ଶାସ୍ତ୍ରରେ ଅଛି। ତେଣୁ ମାଟ୍ରିକ ପରୀକ୍ଷାରେ ବିଫଳ ହୋଇଥିଲେ ଚିନ୍ତା କରନ୍ତୁ ନାହିଁ ପୂନର୍ବାର ସୁଯୋଗ ଅଛି ତାହାକୁ ଆପଣାନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.