କହିବା କାହାକୁ ? ଶବ ସଂସ୍କାରରେ ରାଜନେତା ଆଉ ଲୋକେ ମାନିଲେନି ସାମାଜିକ ଦୂରତା

ଜୟପୁର (କେ ନ୍ୟୁଜ୍‌) : ମାନିଲେନି କୋଭିଡ କଟକଣା । ସେ ପୁଣି ଜନତାର ନେତା । କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମଣ ନାୟକଙ୍କ ଶବଦାହ କାର‌୍ୟ୍ୟକ୍ରମରେ ଆଜି ଦେଖିବାକୁ ମିଳିଛି ଏମିତି କିଛି ଚିତ୍ର । ସାମାଜିକ ଦୂରତାକୁ ଅମାନ୍ୟ କରି ଶତାଧିକ ଲୋକ ଏଥିରେ ସାମିଲ ହୋଇଥିବା ବେଳେ ଏଥିରୁ ବାଦପଡି ନାହାନ୍ତି ପୂର୍ବତନ ବିଧାୟକ କୃଷ୍ନ ସଗରିଆ । ପୁଣି ତାଙ୍କ ସହ ରହିଥିଲେ ପୂର୍ତତନ ଜିଲ୍ଲା କାର‌୍ୟ୍ୟକାରୀ ସଭାପତି ରୁପକ ତୁରୁକ, ନିମାଇଁ ସରକାର ଓ ଅନ୍ୟ ଦଳୀୟ କର୍ମୀ ।

BAIPARIGUDAଏହି କୋଭିଡ୍ ପରିସ୍ଥିତିରେ ଶବ ସଂସ୍କାର ବେଳେ ଯେତିକି ଲୋକ ରହିବା କଥା ତା ଠାରୁ ଢେର ଅଧିକ ଲୋକ ଉପସ୍ଥିତ ଥିଲେ । ପୁଣି ଏଥିରେ ସାମିଲ ଥିଲେ ରାଜନେତାମାନେ । ତେବେ ପୋଲିସ କହିଛି ଏନେଇ କୌଣସି ଅନୁମତି ନିଆଯାଇ ନଥିଲା । ଘଟଣାର ତଦନ୍ତ କରାଯିବ ଓ ଆବଶ୍ୟକ ପଡିଲେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ପୋଲିସ୍ ସୂଚନା ଦେଇଛି ।

 

 

Leave A Reply

Your email address will not be published.