Below header

୩ଟି ଗାଁର ଲୋକେ ଦେଲେନି ଭୋଟ୍‌, ଚେଷ୍ଟା ପରେ ବି ବୁଝିଲେନି କଲେ ଭୋଟ୍‌ ବର୍ଜନ

ବରଗଡ଼ (କେନ୍ୟୁଜ) : ପଦ୍ମପୁର ଉପଖଣ୍ଡ ୩ଟି ଗାଁରେ ବିଭିନ୍ନ ସମସ୍ୟାକୁ ନେଇ ଭୋଟ୍ ବର୍ଜନ କଲେ ଗ୍ରାମବାସୀ । ଆଜି ଜିଲ୍ଲାର ରାଜବୋଡାସମ୍ବର ଓ ଗାଇସିଲାଟ ବ୍ଲକରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ହେଲେ ରାଜବୋଡାସମ୍ବର ବ୍ଲକର ଦୁଇଟି ଗାଁ ଏବଂ ଗାଇସିଲାଟ ବ୍ଲକର ଗୋଟିଏ ଗାଁର ଗ୍ରାମବାସୀ ତାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଭୋଟ୍ ବର୍ଜନ କରିଛନ୍ତି। ପଦ୍ମପୁର ସଦର ମହୁକମାଠାରୁ ଏହି ଗାଁ ପ୍ରାୟ ୩୦ କିଲୋମିଟର ଦୂର ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ସୀମାନ୍ତରେ ରହିଛି। ମୋବାଇଲ ଟାୱାର ସହ ଅନେକ ମୌଳିକ ସୁବିଧାରୁ ଏହି ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ବଞ୍ଚିତ। ସେହିପରି ରାଜବୋଡାସମ୍ବର ବ୍ଲକ ଲୁହାରପାଲି ପଞ୍ଚାୟତର ଗମ୍ଭାରିଡିହି ଏବଂ ଗାଇସିଲାଟ ବ୍ଲକ ସନ୍ଦିବାହାଲ ଗାଁର ଜଡ଼ାମୁଣ୍ଡା ଗାଁରେ ମଧ୍ୟ ଭୋଟ ବର୍ଜନ କରାଯାଇଛି। ଉଭୟ ଗାଁରେ ପ୍ରାଥମିକ ବିଦ୍ୟାଳୟକୁ ଉଠାଇ ଦିଆ ଯାଇଥିବାରୁ ଗ୍ରାମବାସୀ କ୍ଷୋଭର ସହ ଭୋଟ୍ ବର୍ଜନ ନିଷ୍ପତି ନେଇଛନ୍ତି। ଏହି କାରଣରୁ ଏଠାକାର ଗ୍ରାମବାସୀ ଏକତ୍ରିତ ହୋଇ ଭୋଟ୍ ବର୍ଜନ ନିଷ୍ପତି ନେଇଥିଲ। ପ୍ରଶାସନ ତରଫରୁ ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରା ଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.