Below header

ବାରଙ୍ଗରେ ଭୋଟ ବାକ୍ସ ଛଡାଇ ନେବା ଘଟଣାକୁ ଖଣ୍ଡନ କଲେ ଡିସିପି ପ୍ରତୀକ ସିଂ

କଟକ (କେନ୍ୟୁଜ) : କଟକ ଜିଲ୍ଲା ବାରଙ୍ଗରେ ଭୋଟ ବାକ୍ସ ଛଡାଇ ନେବା ଘଟଣାକୁ ଖଣ୍ଡନ କଲେ କଟକ ଡିସିପି ପ୍ରତୀକ ସିଂ। କୌଣସି ଭୋଟ ବାକ୍ସ ଲୁଟ ହୋଇନଥିବା କହିଛନ୍ତି । ମତଦାନ ସରିବା ପରେ ପୋଲିସର ଉପସ୍ଥିତରେ ପୋଲିଂ ଅଧିକାରୀ ଭୋଟ ବାକ୍ସ ବୁଥରୁ ନେଇ ଗଲେ । ଲୋକଙ୍କ ଭିତରେ ଭୁଲ ବୁଝାମଣା ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି । ଗୋଟିଏ ସ୍ଥାନରେ ଦୁଇଟି ବୁଥ ରହିଛି । ଗୋଟିଏ ବୁଥରେ ମତଦାନ ଆଗ ଶେଷ ହେବାରୁ ସେଠାରୁ ଭୋଟ ବାକ୍ସ ଆଗ ନିଆ ଗଲା । ତେବେ ଦୁଇଟି ବୁଥରୁ ଏକା ସାଙ୍ଗରେ କାହିଁକି ବାକ୍ସ ଗଲା ନାହିଁ ବୋଲି ଲୋକଙ୍କ ମନରେ ଭୁଲ ଧାରଣା ସୃଷ୍ଟି ହୋଇଥିଲା । ଲୋକଙ୍କ ସନ୍ଦେହ ଦୂର ହେବା ପରେ ଏବେ ପରିସ୍ଥିତି ସ୍ୱାଭାବିକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.