Below header

ରେଢ଼ାଖୋଲ ୫୫ ନମ୍ବର ଜାତୀୟ ରାଜପଥରେ ଆଲୌକିକ ଗଛକୁ ନେଇ ଚାଲିଛି ପୂଜାର୍ଚ୍ଚନା

ସମ୍ବଲପୁର-ଅନୁଗୁଳ-ମଙ୍ଗୁଳି ୫୫ ନମ୍ବର ଜାତୀୟ ରାଜପଥ ଚାରିଥାକିଆ ରାସ୍ତା ସଂପ୍ରସାରଣ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଏହି କାମରେ ହଠାତ୍‌ ବାଧା ପହଞ୍ଚିଲା ଯେତେବେଳେ ରାସ୍ତା ଉପରେ ପଡ଼ିଲା ଏକ ପୁରୁଣା ଗଛ । ରାସ୍ତା କାମ କରୁଥିବା ଠିକା କମ୍ପାନୀ ପକ୍ଷରୁ କାମ କରାଯିବା ବେଳେ କିଛି ସମସ୍ୟା ଉପୁଜିଲା । ଏହାକୁ କାଟିବା ବେଳେ କିଛଇ ନା କିଛି ବିପଦ ଘଟିଲା ବୋଲି ଅଭିଯୋଗ ହେଲା ।ସେଥିରେ ଠାକୁରାଣୀ ବାସ କରୁଛନ୍ତି ବୋଲି କହିଲେ । ଆଲୌକିକ ଗଛକୁ ନେଇ ଚାଲିଛି ପୂଜାର୍ଚ୍ଚନା

ରେଢ଼ାଖୋଲ : ସମ୍ବଲପୁର-ଅନୁଗୁଳ-ମଙ୍ଗୁଳି ୫୫ ନମ୍ବର ଜାତୀୟ ରାଜପଥ ଚାରିଥାକିଆ ରାସ୍ତା ସଂପ୍ରସାରଣ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଏହି କାମରେ ହଠାତ୍‌ ବାଧା ପହଞ୍ଚିଲା ଯେତେବେଳେ ରାସ୍ତା ଉପରେ ପଡ଼ିଲା ଏକ ପୁରୁଣା ଗଛ । ରାସ୍ତା କାମ କରୁଥିବା ଠିକା କମ୍ପାନୀ ପକ୍ଷରୁ କାମ କରାଯିବା ବେଳେ କିଛି ସମସ୍ୟା ଉପୁଜିଲା । ଏହାକୁ କାଟିବା ବେଳେ କିଛଇ ନା କିଛି ବିପଦ ଘଟିଲା ବୋଲି ଅଭିଯୋଗ ହେଲା ।

ପରେ ସ୍ଥାନୀୟ ଗ୍ରାମବାସୀ ଏବଂ କାମ କରୁଥିବା ଶ୍ରମିକମାନେ ଓସ୍ତ ଗଛଟିକ କଟାକୁ ବିରୋଧ କଲେ । ସେଥିରେ ଠାକୁରାଣୀ ବାସ କରୁଛନ୍ତି ବୋଲି କହିଲେ । ଶେଷରେ ସେଠାରେ ଏକ ମନ୍ଦିର ପ୍ରତିଷ୍ଠା କରିବା ସହ ଗଛକୁ ସୁରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛି ଠିକାସଂସ୍ଥା । ଆଉ ଏବେ ସେହି ଆଲୌକିକ ଗଛକୁ ନେଇ ଚାଲିଛି ପୂଜାର୍ଚ୍ଚନା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରଢାଖୋଲ ବଡହିନ୍ଦୋଳ ଗାଁରେ ।

ଲୋକଙ୍କ କହିବା କଥା, ଗଛ କାଟିକାବୁ ଯାଇ ତିନିଜଣଙ୍କ ଜୀବନ ଯାଇଥିବା ବେଳେ ଏଥିରେ ନିୟୋଜିତ ଗାଡି ମଧ୍ୟ ଖରାପ ହୋଇଗଲା । ଏବେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆଉ ଏକ ଠିକାସଂସ୍ଥା ନେଇଛି । ତେବେ କମ୍ପାନୀ କର୍ମଚାରୀମାନେ ଗଛକୁ ନକାଟି ପୂଜାର୍ଚ୍ଚନା କରି ଗଛପାଖରେ ମନ୍ଦିର ନିର୍ମାଣ କରିବେ । ଏହା ସହିତ ଗଛର ପାର୍ଶ୍ୱ ଦେଇ ରାସ୍ତା ସଂପ୍ରସାରଣ କାମ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.