ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ଜବତ ହେଲା ଦମ୍ପତି ଓ ଝିଅର ଗଳିତ ଶବ

କୋଲକାତାର ଏକ ଆପାର୍ଟମେଣ୍ଟରୁ ଏକ ଦମ୍ପତି ଓ ତାଙ୍କ ଝିଅଙ୍କର ଗଳିତ ଶବ ଉଦ୍ଧାର ହୋଇଛି । ଶବଗୁଡିକ ଝୁଲନ୍ତା ଅବସ୍ଥାରେ ଥିବା ଦେଖାଯାଇଥିଲା । କୋଲକାତା ରିଜେଣ୍ଟ ପାର୍କ ହାଉସିଂ ସୋସଇଟିର ଏକ ବନ୍ଦ ଘରୁ ଦୁର୍ଗନ୍ଧ ବାହାରୁଥିବା ପରେ ପାଖ ପଡୋଶୀ ଅଭିଯୋଗ କରୁଥିଲେ । ଉକ୍ତ ଘରଟି କିଛି ଦିନ ଧରି ବନ୍ଦ ରହିଥିଲା । ହେଲେ ଆଜି ଅର୍ଥାତ ରବିବାର ଦୁର୍ଗନ୍ଧ ଅସହ୍ୟ ହେବାରୁ ପଡୋଶୀ ସ୍ଥାନୀୟ ପୋଲିସରେ ଅଭିଯୋଗ କରିଥିଲେ ।

କୋଲକାତା : କୋଲକାତାର ଏକ ଆପାର୍ଟମେଣ୍ଟରୁ ଏକ ଦମ୍ପତି ଓ ତାଙ୍କ ଝିଅଙ୍କର ଗଳିତ ଶବ ଉଦ୍ଧାର ହୋଇଛି । ଶବଗୁଡିକ ଝୁଲନ୍ତା ଅବସ୍ଥାରେ ଥିବା ଦେଖାଯାଇଥିଲା । କୋଲକାତା ରିଜେଣ୍ଟ ପାର୍କ ହାଉସିଂ ସୋସଇଟିର ଏକ ବନ୍ଦ ଘରୁ ଦୁର୍ଗନ୍ଧ ବାହାରୁଥିବା ପରେ ପାଖ ପଡୋଶୀ ଅଭିଯୋଗ କରୁଥିଲେ । ଉକ୍ତ ଘରଟି କିଛି ଦିନ ଧରି ବନ୍ଦ ରହିଥିଲା । ହେଲେ ଆଜି ଅର୍ଥାତ ରବିବାର ଦୁର୍ଗନ୍ଧ ଅସହ୍ୟ ହେବାରୁ ପଡୋଶୀ ସ୍ଥାନୀୟ ପୋଲିସରେ ଅଭିଯୋଗ କରିଥିଲେ ।

ପୋଲିସ ଉକ୍ତ ଘର ନିକଟରେ ପହଞ୍ଚି ଘରଟି ବନ୍ଦ ଥିବା ଦେଖି କବାଟ ଭାଙ୍ଗି ଘରେ ପଶିବା ପରେ ଘର ଡ୍ରଇଙ୍ଗ ରୁମରେ ୩ଟି ଶବ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା । ଘରେ କୌଣସି ସୁଇସାଇଡ ନୋଟ ନଥିବାବେଳେ ପାଖରେ ଥିବା ଆଧାର କାର୍ଡରୁ ମୃତକମାନେ ଦିଲ୍ଲୀପ କୁମାର ଚାଟାର୍ଜୀ(୫୧),ରାନୁ ଚାଟାର୍ଜୀ(୪୬) ଏବଂ ଓଇଣ୍ଡ୍ରିଲା ଚାଟାର୍ଜୀ(୨୧) । ଏମାନେ ଗତ ୬ ମାସ ଧରି ଉକ୍ତ ଘରେ ଭଡ଼ାରେ ରହୁଥିଲେ । ତେବେ ସେମାନଙ୍କ ଘର ଦକ୍ଷିଣ କୋଲକାତାର ଗାଡେନ୍‌ ରିଚ୍‌ ରେ ବୋଲି ଆଧାରକାର୍ଡରୁ ଜଣାଯାଇଛି ।

ପ୍ରାଥମିକର ତଦନ୍ତରୁ ଜଣାଯାଇଛି ଯେ ଓଏଣ୍ଡ୍ରିଲା ୨୪ ପ୍ରଗଣା ସ୍ଥିତ ଏକ ଲ’ କଲେଜର ୩ ବର୍ଷ ଛାତ୍ରୀ । ବାପାଙ୍କର ନିଜର ବ୍ୟବସାୟ ରହିଛି ଓ ମା’ ଜଣେ ଗୃହିଣୀ । ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଆତ୍ମହତ୍ୟା ଭାବୁଥିବା ବେଳେ ମୃତ ପିତାଙ୍କ ବ୍ୟବସାୟ ଓ ଅନ୍ୟାନ୍ୟ ସବୁ ଦିଗ ପ୍ରତି ପୋଲିସ ତଦନ୍ତ ଜାରି ରଖିଛି । ତେବେ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.