Below header

ମୋହନା: ବେଆଇନ ଚାଲାଣ ବେଳେ ଗୋରୁ ଚମଡା ବୋଝେଇ ପିକଅପ୍ ଭ୍ୟାନ୍ ଜବତ

ମୋହନା(କେନ୍ୟୁଜ): ବେଆଇନ୍ ଚାଲାଣବେଳେ ଗୋରୁ ଚମଡା ବୋଝେଇ ପିକ୍ ଅପ୍ ଭ୍ୟାନ୍କୁ ଜବତ କରିଛନ୍ତି ଅଡବା ବଜରଙ୍ଗ ଦଳର ସଦସ୍ୟ ମାନେ । ଗତକାଲି ବିଳମ୍ବିତ ରାତିରେ ଏକ ପିକଅପ୍ ଭ୍ୟାନ୍ ଟି ଅଡବା ଗ୍ରାମ ରାସ୍ତା ଦେଇ ଯିବାବେଳେ ଦୁର୍ଗନ୍ଧ ହେବାରୁ ବଜରଙ୍ଗ ଦଳର ସଦସ୍ୟ ମାନେ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲେ।

ଯାଞ୍ଚବେଳେ ସେଥିରେ ବିପୁଳ ପରିମାଣର ଗୋରୁ ଚମଡା ଥିବା ଦେଖିବାକୁ ମିଳିଥିଲା । ଗାଡ଼ିର ଡ୍ରାଇଭର ଏବଂ ହେଲପରକୁ ପଚାରିବାରୁ ପ୍ରଥମେ ଚମଡା ଆର.ଉଦୟଗିରି ଥାନା ଛେଳିଗଡ଼ ଏବଂପରେ  ଅଡବା ଥାନା ଉଲ୍ଲିପଦର ଗ୍ରାମରୁ ଗୋରୁ ଚମଡା ସଂଗ୍ରହ କରି ବ୍ରହ୍ମପୁର ଚାଲାଣ କରାଯାଉଥିବା ନେଇ ସେମାନେ ସୂଚନା ଦେଇଥିଲେ।

ଏନେଇ ଅଡବା ପୋଲିସ ଥାନାରେ କୌଣସି ମାମଲା ହୋଇନଥିବା ବେଳେ ବଜରଙ୍ଗ ଦଳର ସଦସ୍ୟମାନେ ଚମଡା ଗୁଡିକୁ ପୋତିଦେବା ସହ ଗାଡ଼ି ଡ୍ରାଇଭର ଏବଂ ହେଲପରକୁ ଛାଡି ଦେଇଥିବା ଜଣାପଡିଛି । ତେବେ ମୋହନା ଅଞ୍ଚଳରୁ ବାରମ୍ବାର ଗୋମାଂସ ଏବଂ ଚମଡା ଜବତ ଦେଉଥିବା ବେଳେ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ନେବା ପାଇଁ ଗୋ ସୁରକ୍ଷା ସମିତି ପକ୍ଷରୁ ଦାବି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.