ବ୍ରେକଅପ୍‌କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପବ୍ଲିକ ଜାଗାରେ ଖସିଗଲା କିଆରାଙ୍କ ଡ୍ରେସ, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀମାନେ ନିଜର ନୂଆ ଲୁକ୍ସ ନେଇ କଠିନ ପରିଶ୍ରମ କରନ୍ତି। ରେଡ କାର୍ପେଟରେ ସୁନ୍ଦର ଦେଖାଯିବା ପରେ ସବୁ ପ୍ରକାର ଚେଷ୍ଟା କରନ୍ତି। କିନ୍ତୁ ବେଳେ ବେଳେ ଏହି ପରିଶ୍ରମ ବୃଥା ହୋଇଥାଏ। ସର୍ବସାଧାରଣ ସ୍ଥାନରେ ଅଭିନେତ୍ରୀ ଲଜ୍ୟା ଅନୁଭବ କରନ୍ତି। ଏମିତି ଲଜ୍ୟା ମୁହୂର୍ତ୍ତର ଶିକାର ହୋଛନ୍ତି କିଆରା ଆଡଭାନୀ। କିଆରାଙ୍କ ଏପରି ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

କିଆରା ଆଡଭାନୀଙ୍କ ନାମ ବି ଟାଉନରେ ସୁନ୍ଦର ଏବଂ ଷ୍ଟାଇଲ ଅଭିନେତ୍ରୀ ମଧ୍ୟରେ ଅନ୍ୟତମ। କିଆରା ଲକ୍ଷଲକ୍ଷ କ୍ୟାନ୍ସଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ନିଜର ଲୁକ ଏବଂ ଫ୍ୟାଶନ ଷ୍ଟେଟମେଣ୍ଟକୁ ନେଇ ଏକ୍ସପେରିମେଣ୍ଟ କରିଥାନ୍ତି। ନିକଟରେ କିଆରା GQ ରେଡ କାର୍ପେଟରେ ନଜର ଆସିଥିଲେ। ଏହି ସମୟରେ ତାଙ୍କର ଲୁକ୍‌ର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା।

GQ ରେଡ କାର୍ପେଟରେ କିଆରା ବହୁତ ସୁନ୍ଦର ଦେଖାଯାଉଥିଲେ। କିନ୍ତୁ ନିଜ ଡ୍ରେସକୁ ନେଇ ଟିକେ ଅସହଜ ଅନୁଭବ କରୁଥିବା ନଜର ଆସିଥିଲେ। କିଆରାଙ୍କ ଡ୍ରେସ ହାଇ ସ୍ଲିଟ୍‌ କଟ୍‌ ଥିଲା, ଯାହା ବାରମ୍ବାର ଖସୁଥିଲା। ଆଉ ଅଭିନେତ୍ରୀ ଜଣକ ଡ୍ରେସକୁ ବାରମ୍ବାର ସମ୍ଭାଳୁଥିବା ନଜର ଆସିଥିଲେ। କିଆରାଙ୍କ ମୁହଁରେ ଅସହଜ ଭାବଭଙ୍ଗୀ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ଫଟୋଗ୍ରାଫରଙ୍କୁ ମଧ୍ୟ ଫଟୋ କ୍ଲିକ୍‌ ନ କରିବା ପାଇଁ ସଂକେତ ଦେଉଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

ସୂଚନାଯୋଗ୍ୟ, କିଆରା କିଛିଦିନ ହେଲାଣି ସିଦ୍ଧାର୍ଥ ଏବଂ କିଆରାଙ୍କ ବ୍ରେକଅପ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ କିଆରା ‘ଭୁଲ୍‌ ଭୁଲୈୟା’ର ପ୍ରମୋସନରେ ନଜର ଆସିଥିଲେ।  ଏହି କାର୍ଯ୍ୟକ୍ରମରେ କିଆରା ହଟ୍ ଲୁକରେ ନଜର ଆସିଥିଲେ । ସେ ଲାଲ୍ ରଙ୍ଗର ସର୍ଟ ଡ୍ରେସ୍ ପିନ୍ଧିଥିଲେ । ଏହା ଉପରେ ଲାଲ୍ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ । ତାଙ୍କୁ ଜଣେ ସାମ୍ୱାଦିକ ପ୍ରଶ୍ନ ପଚାରିଥିଲେ କି , ତାଙ୍କ ଫିଲ୍ମର ନାଁ ଭୁଲ୍ ଭୁଲେୟା, ତ ସେ କଣ ନିଜର ଜୀବନରେ କାହାକୁ ଭୁଲିବାକୁ ଚାହାନ୍ତି। କିଆରା ଜବାବରେ କହିଥିଲେ, କେବେ ନୁହେଁ, ପ୍ରତି ଲୋକ, ଯାହାଙ୍କୁ ମୁଁ ଜୀବନରେ ଭେଟିଛି, ମୋ ଜୀବନ ସହ ଯିଏ ଜଡ଼ିତ, କେବେ ବି ନୁହେଁ । ମୁଁ କାହାକୁ ଭୁଲିବାକୁ ଚାହୁଁନାହିଁ ।

ଫିଲ୍ମ ‘ଭୁଲ୍‌ ଭୁଲୈୟା’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଲିଡ ରୋଲରେ ନଜର ଆସିବେ କିଆରା। ଗତଥର ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ମଞ୍ଜୁଲିକା ଭୂମିକାରେ ବିଦ୍ୟା ବାଲାନ ନଜର ଆସିଥିଲେ। କିନ୍ତୁ ଏଥର ମଞ୍ଜୁଲିକା ଭୂମିକାରେ କିଆରା ନଜର ଆସିବେ। ଏହାଛଡା କିଆରା ‘ଗୋବିନ୍ଦା ମେରା ନାମ’, ଜୁଗ୍‌ ଜୁଗ୍‌ ଜିୟୋ’ରେ ରାମଚରଣଙ୍କ ସହିତ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.