କଟକ ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର, କହିଲେ ଅପରାଧ ନିୟନ୍ତ୍ରଣକୁ ବିଶେଷ ଧ୍ୟାନ ଦେବି

କଟକ(କେନ୍ୟୁଜ୍): କଟକ ଡିସିପି ଭାବରେ ଦାଇତ୍ୱ ନେବା ପରେ ପ୍ରତିକ୍ରିୟା ରଖିଲେ ପିନାକ ମିଶ୍ର। ଦାୟିତ୍ବ ଗ୍ରହଣ ପରେ ନୂଆ ଡିସିପି କହିଛନ୍ତି  ଅପରାଧ ନିୟନ୍ତ୍ରଣ, ଭଲ ସଠିକ ତଦନ୍ତ ଓ ଦଣ୍ଡ ବିଧାନ ଉପରେ ନଜର ରଖିବି।ପାର୍ବଣ ପରିଚାଳନା ଉପରେ ବିଶେଷ ଦୃଷ୍ଟି ଦେବି। “ମୋ ସରକାର’ ଆଭିମୁଖ୍ୟକୁ ଆଗେଇ ନେବାକୁ ଧ୍ୟାନ ଦେବି।

ଟ୍ରାଫିକ ସମସ୍ୟା ଉପରେ ବିଶେଷ ନଜର ରହିବ। ଅର୍ଥନୈତିକ ଅପରାଧ ଓ ସାଇବର କ୍ରାଇମ ଉପରେ ନଜର ଦିଆଯିବ। ଯେଉଁ ଥାନାରେ ଲୋକଶକ୍ତିର ଆବଶ୍ୟକତା ରହିଛି ସେ ନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ।ନକଲି ଓ ଅପମିଶ୍ରଣ ବିରୁଦ୍ଧରେ କଟକ ପୋଲିସର ଅଭିଯାନ ଜାରି ରହିବ। ରାଜ୍ୟର ସାଂସ୍କୃତିକ ରାଜଧାନୀର ଦାୟିତ୍ୱ ମତେ ଦେଇଥିବାରୁ ସରକାର ଓ ପୋଲିସ ବିଭାଗକୁ ଧନ୍ୟବାଦ ଦେଉଛି ବୋଲି କହିଛନ୍ତି କଟକର ନୂଆ ଡିସିପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.