Below header

ରାଜ୍ୟରେ ବାତିଲ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା: ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ରାଜ୍ୟରେ ବାତିଲ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା । ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ହୋଇପାରେ ନିଷ୍ପତ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ୱାଦଶ ପରୀକ୍ଷା ବାତିଲ ହୋଇଛି । CBSE ଓ ICSE ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ବାତିଲ ନେଇ ନିଷ୍ପତ୍ତି ନିଆଯାଇଛି ।

ଖୁବଶୀଘ୍ର ଦୁଇ ପରିଷଦ ସେମାନଙ୍କ ମୂଲ୍ୟାୟନ ନେଇ ନିୟମାବଳୀ ପ୍ରକାଶ କରିବେ । ଏବେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରହିଛି । ବିଗତ ଦିନ ଗୁଡିକରେ CBSE ଯେଉଁ ନିଷ୍ପତ୍ତି ନେଇଛି, ରାଜ୍ୟ ସରକାର ତାହା ଅନୁକରଣ କରିଛନ୍ତି । ସେହି ଦୃଷ୍ଟିରୁ ଦେଖିଲେ ରାଜ୍ୟ ସରକାର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିପାରନ୍ତି ।

ଆଜି ଗଣଶିକ୍ଷା ବିଭାଗ ଓ ପରିଷଦ ଅଧିକାରୀଙ୍କ ବୈଠକ ବସିବ । ମୂଲ୍ୟାୟନ କିପରି କରାଯିବ, ସେନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯିବ । ଗତକାଲି ସିବିଏସଇ ଦ୍ୱାଦଶ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.