Below header

ପୀରହାଟରେ ୩ ଦୋକାନୀଙ୍କୁ ଏକ ଲକ୍ଷ ୫ ହଜାର ଟଙ୍କା ଜରିମାନା

ଚାନ୍ଦବାଲି: କରୋନା କଟକଣା ମାନିବାକୁ ନାରାଜ ଅମାନିଆ । କଟକଣା ଉଲଙ୍ଗନ କରୁଥିବା ଅମାନିଆ ଦୋକାନୀଙ୍କ ଠାରୁ ବାରମ୍ବାର ତଣ୍ଡ ନିଆଯାଉଥିଲେ ମଧ୍ୟ ଅନ୍ୟମାନେ ସଚେତନ ହେଉନଥିବା ବାରି ହୋଇଛି । ପ୍ରତିଦିନ ଅମାନିଆ ଦୋକାନୀଙ୍କ ଠାରୁ ହଜାର ହଜାର ଟଙ୍କା ତଣ୍ଡ ଆଦାୟ କରାଯାଉଥିଲେ ବି ଦୋକାନୀମାନେ ଏହାକୁ ଖାତିର କରୁନାହାନ୍ତି ।

ଭଦ୍ରକ ଜିଲ୍ଲା ତିହିଡ଼ି ପ୍ରଶାସନ ତରଫରୁ ପୀରହାଟ ବଜାରରେ ଚଢ଼ାଉ କରାଯାଇଥିଲା ।। ଏଥିରେ ସଦର ବଜାରରୁ ୩ ଜଣ ଅମାନିଆ ଦୋକାନୀଙ୍କ ଠାରୁ ଏକ ଲକ୍ଷ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ଠାରୁ ସୂଚନା ମିଳିଛି । ସୂଚନା ମୁତାବକ, ପୀରହାଟ ପୁରୁଣା ବଜାରରେ ଅବସ୍ଥିତ ଦୁର୍ଲଭ ପର୍ଣ୍ଣିଚର ଦୋକାନ ଉପରେ ଚଢ଼ଉ କରାଯାଇଥିଲା । ବେଆଇନ ଭାବେ ଦୋକାନ ଖୋଲାଯାଇ ସାମଗ୍ରୀ ବିକ୍ରୟ କରାଯାଉଥିଲା । ଘଟଣା ସ୍ଥଳରେ ମାଲିକଙ୍କ ନିକଟରୁ ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବା ସହ ୧୫ ଦିନ ପାଇଁ ଦୋକାନଙ୍କୁ ସିଲ୍ କରି ଦିଆଯାଇଛି ।

ପୁଣି ସେହି ପୀରହାଟ ବଜାରରେ ଘରୋଇ ଉପକରଣ ବିକ୍ରୟ କରୁଥୁ ବା ‘ଦୂରଦର୍ଶନ’ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ଉ କରାଯାଇଥିଲା । ଦୋକାନ ବାହାରୁ ବନ୍ଦ ରହିଥିବା ବେଳେ ଭିତରେ ବ୍ୟବସାୟ ଚାଲିଥିଲା । ତହସିଲଦାରଙ୍କ ନିର୍ଦେଶ କ୍ରମେ ଏହାକୁ ସିଲ୍ କରାଯିବା ସହ ୫୦ ହଜାର ଟଙ୍କା ତଣ୍ଡ ପୈଠ କରିବା ଲାଗି ନିର୍ଦ୍ଦେଶ ହୋଇଛି । ସେହିପରି ପୀରହାଟ ନୂଆବଜାରରେ ଏକ ମିଠା ଦୋକାନୀ ନିକଟରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ମୋଟ ଏକ ଲକ୍ଷ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଚଢଉରେ ପୀରହାଟ ପୋଲିସ ସହଯୋଗ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.