ଯାଜପୁର (କେନ୍ୟୁଜ) : ଯୁବକଙ୍କୁ ହତ୍ୟା ସନ୍ଦେହ। ଘଟଣା ଘଟିଛି ଯାଜପୁର ସଦର ଥାନା ଛତିଶ ଦେବିଲ ପଞ୍ଚାୟତ ଅଧିନ ମହମ୍ମଦ ଜମାପୁର ଗାଁ ନିକଟ ପଡିଆରେ। ମୃତ ଯୁବକ ହେଲେ ସେହି ଗାଁର ରାଜକିଶୋର ଖୁଣ୍ଟିଆଙ୍କ ପୁଅ ବିଦ୍ୟାଧର ଖୁଣ୍ଟିଆ (୨୮)।
ଆଜି ସକାଳୁ ଗାଁ ନିକଟ ପଡ଼ିଆରେ ବିଦ୍ୟାଧରଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।
ମୃତଦେହ ପଡିଥିବା ସ୍ଥାନରୁ କିଛି ମାତ୍ର ଦୂରରେ ତାଙ୍କର ମୋବାଇଲ ଓ ଜୋତା ପଡିଥିବା ଦେଖିବାକୁ ମିଳିଛି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।