Below header

ଯୁକ୍ତ ତିନିର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ପରୀକ୍ଷା ବନ୍ଦ, ଫାଇନାଲ୍‌ ପରୀକ୍ଷା ଜୁନ୍‌ ୨୦ ତାରିଖ ପରେ ଆରମ୍ଭ

କେନ୍ୟୁଜ : ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କଲେଜ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହେବ ନାହିଁ ଯୁକ୍ତ ତିନିର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ପରୀକ୍ଷା । ସେହିଭଳି ସ୍ନାତକୋତର ଶ୍ରେଣୀର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ହେବ ନାହିଁ । ଯୁକ୍ତ ୩ର ୬ଷ୍ଠ ସେମିଷ୍ଟାର୍‌ ଫାଇନାଲ୍‌ ପରୀକ୍ଷା ଏବଂ ସ୍ନାତକୋତ୍ତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର୍‌ ଫାଇନାଲ୍‌ ପରୀକ୍ଷା ନିର୍ଦ୍ଧାରିତ କାଯ୍ୟର୍କ୍ରମ ଅନୁସାରେ ଅନୁଷ୍ଠିତ ହେବ ।

ପ୍ରଥମଥର ପାଇଁ ଯୁକ୍ତ ୩ ଏବଂ ପିଜି ପାଠ୍ୟସୂଚୀର ୨୫ ପ୍ରତିଶତ ସ୍ୱୟଂ ଅଧ୍ୟୟନ ମାଧ୍ୟମରେ କରାଯିବ । ଯୁକ୍ତ ୩ର ୬ଷ୍ଠ ସେମିଷ୍ଟାର ଫାଇନାଲ୍‌ ପରୀକ୍ଷା ଜୁନ୍‌ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ । ରେଜଲ୍ଟ ଅଗଷ୍ଟ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ । ସେହିଭଳି ସ୍ନାତ୍ତୋକତ୍ତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ଫାଇନାଲ୍‌ ପରୀକ୍ଷା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ କରାଯିବ ।ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ପ୍ରକାଶ ପାଇବ । ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.