Below header

ଦୁନିଆର ୧୦ଟି ବିଚିତ୍ର ଡ୍ରାଇଭିଂ ନିୟମ, କେଉଁଠି କାର ଭିତରେ ପାଣି ପିଇବା ଅପରାଧ ତ କେଉଁଠି ମଇଳା ଗାଡ଼ି ଚଲେଇବା ମନା !

ବିଶ୍ୱର ବିଭିନ୍ନ ଦେଶରେ ଡ୍ରାଇଭିଂକୁ ନେଇ ବିଚିତ୍ର ନିୟମ ସବୁ ରହିଛି। ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଅଜବ ନିୟମ ବିଷୟରେ କହିବାକୁ ଯାଉଛୁ।

1. ଅଲାସ୍କା- ଏହି ଆମେରିକୀୟ ରାଜ୍ୟରେ ଲୋକେ କାର ଉପରେ କୁକୁର ବସାଇ ଡ୍ରାଇଭ କରିପାରିବେ ନାହିଁ।

2. କାର୍ଲିଫର୍ନିଆ- ଏଠାରେ ଲେଡିଜ ଡ୍ରେସିଂ ଗାଉନ ପିନ୍ଧି ଡ୍ରାଇଭ କରିପାରିବେ ନାହିଁ।

7

3. ସାଇପ୍ରସ- ଏଠାରେ ଆପଣ କାର ଭିତରେ କିଛି ବି ଖାଇ ପିଇ ପାରିବେ ନାହିଁ। ଏପରିକି, ପାଣି ମଧ୍ୟ ପିଇ ପାରିବେ ନାହିଁ। କାରଣ, ଏହା ଏକ ବଡ଼ ଅପରାଧ ଅଟେ।

4. ସ୍ପେନ- ଯଦି ଆପଣ ସ୍ପେନରେ ଅଛନ୍ତି ଏବଂ ଚଷମା ଲାଗେଇଛନ୍ତି। ତେବେ ଏହାର ଏକ ଅତିରିକ୍ତ ପେୟାର କାର ଭିତରେ ରଖିବାକୁ ପଡ଼ିବ।

5. ସ୍କେଣ୍ଡିନେଭିଆଇ ଦେଶ- ଡେନମାର୍କ ଏବଂ ସ୍ଵିଡେନରେ ଦିନ ସମୟରେ ମଧ୍ୟ ସାମ୍ନା ହେଡ ଲାଇଟ ନ ଜଳାଇ ଆପଣ ଗାଡି ଚଲାଇ ପାରିବେ ନାହିଁ।

6

6. ରୁଷ- ଏହି ଦେଶରେ ମଇଳା ଗାଡ଼ି ଚଲେଇବା ମନା। ଅର୍ଥାତ ଘରୁ ବାହାରିବା ସମୟରେ ଗାଡ଼ି ସଫା କରିବା ଜରୁରୀ।

7. ମନିଲା- ଯଦି ଆପଣ ଫିଲିଫିନ୍ସର ରାଜଧାନୀ ମନିଲାରେ ଅଛନ୍ତି ଏବଂ ଗାଡ଼ି ପ୍ଲେଟର ନମ୍ବର 1 କିମ୍ବା 2ରେ ସରିଥାଏ, ତେବେ ସୋମବାର ଦିନ ଆପଣ ଗାଡ଼ି ଚଲାଇ ପାରିବେ ନାହିଁ।

8. ସାଉଦି ଆରବ- ଏହି ଦେଶରେ ଯଦି କେହି ମହିଳା ଗାଡ଼ି ଚଲାଇବେ ତ ସେ ଗିରଫ ହୋଇଯିବେ। କାରଣ, ଏହା ଅପରାଧ ଅଟେ।

4

9. ସର୍ବିଆ- ଏଠାରେ ଲୋକେ ଗାଡ଼ି ଚଲାଇବା ସମୟରେ 3 ମିଟର ଲମ୍ବର ରଶି ପାଖରେ ନ ରଖିଲେ, ତାଙ୍କୁ ଜରିମାନା ଭରିବାକୁ ପଡ଼ିଥାଏ।

10. କଲୋରାଡୋ- କଲୋରାଡୋର ଡେନଭେର ସହରରେ ଆପଣ ରବିବାର ଦିନ କଳା ରଙ୍ଗର ଗାଡ଼ି ଚଲାଇ ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.