ଚୀନ୍‌ର ଟିକ୍‌ଟକ୍‌ ଆପ୍‌କୁ ଟକ୍କର ଦେଲା ଭାରତୀୟ ଏପ୍‌ ‘ମିତ୍ରୋ’, ଏକ ମାସରେ ହେଲା ଏମିତି ଡାଉନ୍‌ଲୋଡ଼୍‍

ନୂଆଦିଲ୍ଲୀ : ଭାରତୀୟ ସର୍ଟ ଭିଡିଓ ଶେୟାରିଂ ଏପ୍‌ ‘ମିତ୍ରୋ’ ଏବେ ଚୀନ୍‌ ର ଟିକ୍‌ଟକ୍‌ ସହ କଡ଼ା ମୁକାବିଲା କରିଛି । ଗୋଟିଏ ମାସ ମଧ୍ୟରେ ମିତ୍ରୋ ପ୍ରାୟ ୫୦ ଲକ୍ଷରୁ ଅଧିକ ଡାଉନ୍‌ଲୋଡ୍‌ ହୋଇସାରିଲାଣି ।

ମିତ୍ରୋ ରିଲିଜ୍‌ ହେବାର ଏକ ମାସ ମଧ୍ୟରେ ପ୍ଲେ ଷ୍ଟୋରରେ ସବୁଠୁ ଅଧିକ ଡାଉନ୍‌ଲୋଡ୍‌ ହେବା ଏପ୍‌ ମଧ୍ୟରେ ରହିଛି ମିତ୍ରୋ । କରୋନ ଲକ୍‌ଡାଉନ୍‌ମଧ୍ୟରେ ମିତ୍ରୋର ଡିମାଣ୍ଡ ଅଧିକ ବଢ଼ିଯାଇଛି ।

mitro-1

ପୂର୍ବରୁ ୟୁ ଟୁବ୍‌ ଓ ଟିକ୍‌ଟକ୍‌ ଭଲ ମାର୍କେଟ ନେଇ ଥିବା ବେଳେ ଏବେ ଖୁବ୍‌ କମ୍‌ ଦିନ ମଧ୍ୟରେ ମିତ୍ରୋ ବହୁତ ଦ୍ରୁତ ଗତିରେ ଆଗେଇ ଥିବା ମୋବାଇଲ୍‌ ମାର୍କେଟିଙ୍ଗ୍‌ ଏଣ୍ଡ୍‌ ଡାଟା ଏନାଲେଟିକସ୍‌ କମ୍ପାନୀ ଗ୍ରୋଥ୍‌ ବ୍ଲଗ୍‌ରୁ ଜଣାପଡ଼ିଛି ।

ଦୈନିକ ଏହି ଏପ୍‌ ୫ ଲକ୍ଷ ଡାଉନ୍‌ଲୋଡ଼ ହେଉଥିବା ଜଣାଯାଇଛି । ଏହି ଏପ୍‌ ଦ୍ୱାରା ଛୋଟ ଭିଡ଼ିଓ ପୋଷ୍ଟ, କ୍ରିଏଟ୍‌, ଏଡିଟ୍‌ କରାଯାଇ ପାରିବ । ଖାଲି ସେତିକି ନୁହେଁ ୟୁଜର୍ସ ପ୍ଲାଟଫର୍ମକୁ ଯାଇ ଭିଡିଓକୁ ସହଜରେ ସ୍ୱାଇବ୍‌ କରି ଦେଖିହେବ ।

ୟୁଜର୍ସ ନିଜର ଭିଡ଼ିଓକୁ ମିତ୍ରୋ ଏପ୍‌ ରେ ପୋଷ୍ଟ କରିବାକୁ ହେଲେ ‘ସାଇନ୍‌ ଅପ୍‌’ କରିବାକୁ ହେବ । ମିତ୍ର ଏପ୍‌ ଆସିବା ପରେ ଏହା ଟିକ୍‌ଟକ୍‌କୁ କଡ଼ା ଟକ୍କର ଦେଇଛି । ଭାରତୀୟମାନେ ସର୍ଟ ଭିଡ଼ିଓରେ ୫.୫ ବିଲିୟନ ଘଣ୍ଟା ସମୟ ବତାଇ ଥାନ୍ତି ।

ଟିକ୍‌ଟକ୍‌ ପାଇଁ ଭାରତ ଏକ ଭଲ ମାର୍କେଟ୍‌ । ଏବେ ମିତ୍ରୋ ଆସିବା ପରେ ଟିକ୍‌ଟକ୍‌କୁ କଡା ଟକ୍କର ଦେବ । କାରଣ ଭାରତରେ ମିତ୍ରୋ ଏପ୍‌ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ କହୁଛନ୍ତି । ତେଣୁ ଖୁବ୍‌ କମ୍‌ ଦିନ ମଧ୍ୟରେ ମିତ୍ରୋ ଟିକ୍‌ଟକ୍‌କୁ କାଟିଦେବ ବୋଲି ଆଶା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.