Below header

ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, କଲେଜ ଯାଇ ଆଉ ଫେରିନାହାନ୍ତି ଘରକୁ

ପୁରୀ (କେନ୍ୟୁଜ୍) : ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। ପୁରୀ ସଦର ଥାନା ଅଞ୍ଚଳରୁ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ସେ ମହିଳା ମହାବିଦ୍ୟାଳୟରେ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ। ଗତ କିଛି ଦିନ ଧରି ବୀରରାମଚନ୍ଦ୍ରପୁର ଗାଁର ଜଣେ ଯୁବକ ଛାତ୍ରୀଙ୍କୁ କମେଣ୍ଟ ମାରୁଥିଲେ। ଏହାକୁ ନେଇ ତାଙ୍କ ବାପା ଯୁବକଙ୍କ ଘରକୁ ଯାଇ ତାଙ୍କୁ ତାଗିଦ କରିଥିଲେ। ଗତ ୨୯ତାରିଖରେ ଛାତ୍ରୀ ଜଣକ କଲେଜ ଆସି ଆଉ ଘରକୁ ଫେରିନଥିଲେ। ଏନେଇ ପରିବାରଲୋକେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ଏସ୍‌ପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.