Below header

ନିୟମିତ ଶାରୀରିକ ସମ୍ପର୍କ ରଖୁଥିବା ବ୍ୟକ୍ତିଙ୍କଠାରେ ଦେଖାଦିଏନି ଏସବୁ ରୋଗ…

ପରିବର୍ତ୍ତିତ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ଆଜିକାଲିର ଯୁବପିଢ଼ିଙ୍କ ଶାରୀରିକ ସମ୍ପର୍କ ବାଧାପ୍ରାପ୍ତ ହେଉଛି। କାର୍ଯ୍ୟବ୍ୟସ୍ତତା ଓ ଚିନ୍ତା ଯୋଗୁ ଦାମ୍ପତ୍ୟ ଜୀବନରେ ବାଧା ଆସୁଥିବା ବେଳେ ଏହା ଦ୍ୱାରା ବେଡ୍‌ରୁମ୍‌ ଲାଇଫ୍‌ ମଧ୍ୟ ପ୍ରଭାବିତ ହେଉଛି। ଏକ ସୁସ୍ଥ ଜୀବନ ପାଇଁ ଶାରୀରିକ ସମ୍ପର୍କ ଅନିବାର୍ଯ୍ୟ ହୋଇଥାଏ। କେବଳ ମାନସିକ ଭାବେ ଦମ୍ପତିଙ୍କୁ ଏକାଠି କରିନଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ ଶାରୀରିକ ସମ୍ବନ୍ଧ। ଆସନ୍ତୁ ଜାଣିବା ସମ୍ଭୋଗ ଦ୍ୱାରା ଶରୀରକୁ ମିଳୁଥିବା ଫାଇଦା ସମ୍ପର୍କରେ…

  • ମହିଳା ହୁଅନ୍ତୁ ଅବା ପୁରୁଷ ସହବାସ ବେଳେ ଉଭୟଙ୍କୁ ଶାରୀରିକ ଓ ମାନସିକ ଖୁସି ମିଳିଥାଏ। ଏକ ରିସର୍ଚ୍ଚ ଅନୁସାରେ ସହବାସ ବେଳେ ଆମ ମସ୍ତିଷ୍କରୁ ନିର୍ଗତ ହେଉଥିବା କେମିକାଲ କମ୍ପାଉଣ୍ଡ ସାରା ଶରୀରକୁ ରିଲାକ୍ସ କରେ।
  • ବିଭିନ୍ନ ପ୍ରକାରର ମାନସିକ ରୋଗ ଦୂର କରିବାରେ ସହବାସ ସାହାଯ୍ୟ କରେ।

  • ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ହୃଦଜନିତ ରୋଗ ଦୂର ହୋଇଥାଏ।
  • ପ୍ରତିଦିନ ସମ୍ବନ୍ଧ ରଖୁଥିବା ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟ ଅନ୍ୟମାନଙ୍କ ତୁଳନାରେ ଅଧିକ ସୁସ୍ଥ ରହିଥାଏ।
  • ଆଣ୍ଟି ଏଜିଙ୍ଗ୍‌ ଭାବେ ମଧ୍ୟ ଏହା କାମ କରେ। ଫଳରେ ସେକ୍ସ କରୁଥିବା ଲୋକଙ୍କ ଆୟୁଷ ବୃଦ୍ଧିପାଏ।
  • ଡାକ୍ତରଙ୍କ କହିବାନୁସାରେ ସମ୍ବନ୍ଧ ବନାଇବା ବେଳେ ଶରୀରରୁ କ୍ଷରିତ ହେଉଥିବା ହରମୋନ୍‌ ଓ ଅନ୍ୟାନ୍ୟ କମ୍ପାଉଣ୍ଡ ଇନ୍‌ଫେକ୍ସନ୍‌ ଦୂର କରିବାରେ ସାହାଯ୍ୟ କରେ।

  • ସହବାସ ବେଳେ ଶରୀରରେ ଅକ୍ସିଟୋସିନ୍‌ କ୍ଷରଣ ହୋଇଥାଏ, ଫଳରେ ଭଲ ନିଦ ହୁଏ।
  • ସେକ୍ସ କରିବା ଦ୍ୱାରା ଶରୀରର ହରମୋନ୍‌ ସନ୍ତୁଳିତ ରହିଥାଏ।
  • ମାସିକ ଧର୍ମର ଏକ ସପ୍ତାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ମହିଳାଙ୍କ ପେଟପୀଡ଼ା କମ୍‌ ହୋଇଥାଏ।
  • ଡାକ୍ତରଙ୍କ କହିବାନୁସାରେ ସମ୍ବନ୍ଧ ବେଳେ ତଳିପେଟର ହାଡ଼ର ବ୍ୟାୟାମ ହୋଇଥାଏ। ଫଳରେ ଗର୍ଭାବସ୍ଥାରେ ସମସ୍ୟା ଦେଖାଦିଏ ନାହିଁ।

ଏହାସହ ପଢ଼ନ୍ତୁ: ବେଡ୍‌ରେ ପାର୍ଟନରଙ୍କୁ ସନ୍ତୁଷ୍ଟ କରି ପାରୁନାହାନ୍ତି କି? ପୁରୁଷତ୍ୱ ବଢ଼ାଇବାକୁ ସେବନ କରନ୍ତୁ ଏହି ୫ଟି ଫଳ

  • ଏକ ରିସର୍ଚ୍ଚ ମୁତାବକ ସପ୍ତାହକୁ ଦୁଇ ଥର ଶାରୀରିକ ସମ୍ବନ୍ଧ ରଖୁଥିବା ପୁରୁଷଙ୍କ ଷ୍ଟ୍ରୋକ୍‌ ହେବା ସମ୍ଭାବନା କମ୍‌ ଥାଏ। ଏଥିସହ ପ୍ରୋଷ୍ଟେଟ୍‌ କ୍ୟାନସରର ଆଶଙ୍କା ମଧ୍ୟ ହ୍ରାସ ପାଏ।
  • ସମ୍ବନ୍ଧରେ ବେଳେ ଉଭୟ ପୁରୁଷ ଓ ମହିଳାଙ୍କ ଶରୀରରେ ସୃଷ୍ଟି ହେଉଥିବା ହରମୋନ୍‌ ପ୍ରାକୃତିକ ପେନ୍‌ କିଲର ଭାବେ କାର୍ଯ୍ୟ କରିଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.