ଅଧରାତିରେ ଷ୍ଟେସନରେ ବସିଥିଲେ ଯୁବତୀ ହୋଇପାରୁନଥିଲା ଘର ସହ ସମ୍ପର୍କ, ଆଉ ତାପରେ ଡାଏଲ କଲେ ଏହି ନମ୍ବର

ଆଜିକାଲି ସୋସିଆଲ ମିଡିଆରେ ନାଗପୁର ପୋଲିସକୁ ବହୁତ ତାରିଫ କରାଯାଉଛି କାରଣ ସେ ୧୯ ବର୍ଷୀୟ ଜଣେ ଯୁବତୀଙ୍କୁ ରେଳଷ୍ଟେସନରୁ ଉଦ୍ଧାର କରି ସୁରକ୍ଷିତ ଭାବେ ନିଜ ଘରେ ଛାଡି ଆସିଛନ୍ତି । ନିକଟରେ ନାଗପୁର ପୋଲିସ ଏକ ପ୍ରୟାସ ଆରମ୍ଭ କରିଛନ୍ତି ଯେଉଁଥିରେ ଜଣେ ମହିଳା ରାତିଅଧରେ ଯଦି ଏକା ଘରକୁ ଫେରୁଥାନ୍ତି ତାହେଲେ ପୋଲିସ ତାଙ୍କୁ ନିଜ ଦାୟିତ୍ତ୍ୱରେ ନେଇ ଘରେ ଛାଡ଼ିବେ । ପୋଲିସର କହିବା ଅନୁଯାୟୀ ୧୯ ବର୍ଷୀୟା ମନୀଷା ବିଳମ୍ବିତ ରାତିରେ ରେଲୱେ ଷ୍ଟେସନରେ ଠିଆ ହୋଇ ନିଜ ପରିବାର ସହିତ ସମ୍ପର୍କ କରିବାକୁ ଚେଷ୍ଟା କରୁଥିଲେ ।

ଏହାସହ ପଢନ୍ତୁ ସରପଞ୍ଚଙ୍କ ସ୍ୱାମୀ ଗୋଟିଏ ମଣ୍ଡପରେ ଏକାବେଳେ କଲେ ଦୁଇଜଣଙ୍କୁ ବିବାହ ଯେଉଁଥିରେ ରହିଥିଲା ସାରା ଗାଁ ସାମିଲ

ଯୁବତୀଙ୍କ କହିବା ଅନୁଯାୟୀ ପ୍ରଥମେ ସେ ନିଜ ଘରକୁ କଲ କରିଥିଲେ କିନ୍ତୁ ତାଙ୍କ ଘର ସହିତ ଯୋଗାଯୋଗ ହୋଇପାରିନଥିଲା ଯେଉଁଥିପାଇଁ ସେ ବାଧ୍ୟ ହୋଇ ପୋଲିସ ହେଲ୍ପଲାଇନ ନମ୍ବର ୧୦୯୧ କୁ କଲ କରିଥିଲେ । ଏହାପରେ ପୋଲିସ ସଂଗେସଂଗେ ଘଟଣା ସ୍ଥଳରେ ପହଂଚି ଯୁବତୀ ଜଣକୁ ନେଇ ସୁରକ୍ଷିତ ଭାବେ ତାଙ୍କ ଘରେ ଛାଡିଥିଲେ ।

ପୋଲିସ ନିଜର ଅଫିସିଆଲ ଟ୍ୱିଟର ପେଜରେ ଉକ୍ତ ଯୁବତୀ ଓ ତାଙ୍କ ପିତାମାତାଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ । ଯାହାପରେ ଲୋକମାନେ ନାଗପୁର ପୋଲିସକୁ ଖୁବ ପ୍ରଶଂସା କରିଥିଲେ । କିଛି ୟୁଜର୍ସଙ୍କ ନିଜ ସହରର ପୋଲିସଙ୍କୁ ଟ୍ୟାଗ କରି ତାଙ୍କୁ ମଧ୍ୟ ଏହିଭଳି ସୁବିଧା ଦେବାପାଇଁ ଅନୁରୋଧ କରିଛନ୍ତି । ତେବେ କିଛି ଲୋକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ ପରିସ୍ଥିତ ଏଭଳି ହେଲାଣି ଯେ ମହିଳାମାନଙ୍କୁ ଯାତ୍ରା କରିବାପାଇଁ ଏବେ ପୋଲିସର ଆବଶ୍ୟକତା ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.