ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ -୨ ଇନଷ୍ଟାଣ୍ଟ ପରୀକ୍ଷା, ୧୮୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ୧୩୯୦ ଛାତ୍ରଛାତ୍ରୀ

 ଭୁବନେଶ୍ୱର(କେ ନ୍ୟୁଜ): ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ -୨ ଇନଷ୍ଟାଣ୍ଟ ପରୀକ୍ଷା। କଳା, ବିଜ୍ଞାନ, ବାଣିଜ୍ଯ ଓ ଧନ୍ଦାମୂଳକ ବିଷୟ ଗୁଡିକର ଥିଓରି ପରୀକ୍ଷା ଆଜି ଠାରୁ ଆରମ୍ଭ ହେଉଛି । ଆଜି ସକାଳ ୧୦ ଟାରୁ ଆରମ୍ଭ ହେବ ପରୀକ୍ଷା । ପରୀକ୍ଷା ପାଇଁ ସାରା ରାଜ୍ଯରେ ୧୮୦ ଟି ପରୀକ୍ଷା କେନ୍ଦ୍ର ସ୍ଥାପନା ହୋଇଛି । ୧୩୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାଯାଇଛି । କୋଭିଡ୍-୧୯ ନିୟମ ଅନୁସାରେ ପରୀକ୍ଷା ପରିଚାଳନା ହେବ।

ପରୀକ୍ଷା କେନ୍ଦ୍ରକୁ ଆସିବା ସମୟରେ ଛାତ୍ରଛାତ୍ରୀ ଆଡମିଟ କାର୍ଡ଼ ଓ ଫଟୋ ପରିଚୟ ପତ୍ର ଆଣିବେ। ମାସ୍କ ପିନ୍ଧିବେ। ସାମାଜିକ ଦୂରତା ମାନିବେ। ପରୀକ୍ଷା କେନ୍ଦ୍ର କୁ ପ୍ରବେଶ ସମୟରେ ଗେଟ ନିକଟରେ ଯେପରି ଭିଡ ନହୁଏ ସେଥିପ୍ରତି ନଜର ରଖିବେ ପରୀକ୍ଷା କେନ୍ଦ୍ର ର ଅଧିକାରୀ।

 

 

Leave A Reply

Your email address will not be published.