Below header

ଯୁକ୍ତ ଦୁଇ ଖାଲି ସିଟ୍‌ ପୂରଣ ନାମଲେଖା ଆଜିଠୁ

ଭୁବନେଶ୍ବର :  ଯୁକ୍ତ ଦୁଇ କଲେଜରେ ଖାଲି ଥିବା ସିଟ୍‌ ପୂରଣ ପାଇଁ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଆବେଦନ। ଛାତ୍ରଛାତ୍ରୀମାନେ www.samodisha.gov.in ୱେବସାଇଟ୍‌ ଜରିଆରେ ଆବେଦନ କରିପାରିବେ। ଅଗଷ୍ଟ ୧୦ ତାରିଖରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୧ରୁ ୧୪ ମଧ୍ୟରେ ଆଡମିଶନ କରିପାରିବେ। ପ୍ରଥମ ପର୍ଯ୍ୟାୟ ଆଡମିଶନ ପରେ ରାଜ୍ୟର ବିଭିନ୍ନ ଜୁନିୟର କଲେଜରେ ଖାଲି ପଡିଥିବା ସିଟ୍‌ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.