କୋରାପୁଟ ବୈପାରୀଗୁଡାର ତିନି ଓଡ଼ିଆ ଝିଅକୁ ଚିଠି ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କୋରାପୁଟ: ପ୍ରଧାନମନ୍ତ୍ରୀଙ୍କଠାରୁ ଆସିଲା ଚିଠି । ଓଡ଼ିଆ ଝିଅକୁ ଚିଠି ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରାପୁଟ ଜିଲ୍ଲା ନକ୍ସଲ ପ୍ରବଣ ବୈପାରୀଗୁଡାର ତିନି ଝିଅଙ୍କ ପାଖକୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ବୈପାରୀଗୁଡ଼ାର ପ୍ରମୋଦ ପାତ୍ରଙ୍କ ତିନି ଝିଅ ଶ୍ରୀୟା, ସୁମନ ଓ ଶିବାନୀ ରାକ୍ଷୀ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ରାକ୍ଷୀ ପଠାଇଥିଲେ । ଏତେ ଦିନ ପରେ ତିନି ଭଉଣୀଙ୍କୁ ଶୁଭେଚ୍ଛା ସହ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାକ୍ଷୀର ଏତେ ଦିନ ପରେ ଚିଠି ଆସିଥିବାରୁ ତିନି ଭଉଣୀଙ୍କ ସହ ପରିବାରରେ ଖୁସି ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.