Below header

ଆସନ୍ତା ୨୭ରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ, ଆରମ୍ଭ ହୋଇଛି ନାମାଙ୍କ ଦାଖଲ ପ୍ରକ୍ରିୟା

କଟକ : ଆସନ୍ତା ୨୭ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ । ଏଥିପାଇଁ ଆରମ୍ଭ ହୋଇଛି ନାମାଙ୍କ ଦାଖଲ ପ୍ରକ୍ରିୟା। ୫ଟା ଯାଏ ନାମାଙ୍କନ ଦାଖଲ ଚାଲିବ । ରାଜ୍ୟ କ୍ରିକେଟ ଜଗତର ଏହି ହାଇପ୍ରୋଫାଇଲ୍‌ ଭୋଟିଂକୁ ନେଇ ଏବେ ଚର୍ଚ୍ଚା । କେଉଁ ପଦ ପାଇଁ କିଏ ପ୍ରାର୍ଥୀ ହେବେ, ତାଉପରେ ସମସ୍ତଙ୍କ ନଜର ରହିଛି । ବେଶୀ ଚର୍ଚ୍ଚା ଓସିଏ ସମ୍ପାଦକ ପଦକୁ ନେଇ । ପୂର୍ବରୁ ଓସିଏର ସମ୍ପାଦକ ଥିବା ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ଏଥର ପ୍ରାର୍ଥୀ ହେବେ । ଶୁଣିବାକୁ ମିଳିଛି ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ପାରନ୍ତି ନବ ପଟ୍ଟନାୟକ । ନବ ପଟ୍ଟନାୟକ ମଧ୍ୟ ବହୁ ବର୍ଷ ହେଲା କ୍ରିକେଟ ସହ ଜଡିତ ଅଛନ୍ତି । ତେଣୁ ସମ୍ପାଦକ ପଦ ପାଇଁ କାଣ୍ଟେ କି ଟକ୍କର ଦେଖିବାକୁ ମିଳିପାରେ । ନିର୍ବାଚନ ପାଇଁ ଓସିଏ ସଦସ୍ୟଙ୍କ ଉପରେ ଲାଗୁ ହୋଇଛି ଆଚରଣ ବିଧି । ୬ଟି ପଦବୀ ପାଇଁ ନିର୍ବାଚନ ହେବ । ୭୩ଟି ଭୋଟ୍‌ ରହିଥିବା ବେଳେ ବିଜୟୀ ପ୍ରାର୍ଥୀଙ୍କୁ ୩୭ଟି ଭୋଟ ମିଳିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.