ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆଉ ଏକ ବଡ଼ ଘୋଷଣା, ଘରୋଇ କମ୍ପାନି ଓ ବ୍ୟବସାୟୀଙ୍କ ଉପରୁ କମିଲା କର୍ପୋରେଟ୍ ଟ୍ୟାକ୍ସ
ନୂଆଦିଲ୍ଲୀ : ଦେଶର ଅର୍ଥନୀତିକୁ ମଜଭୁତ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆଉ ଏକ ବଡ଼ ଘୋଷଣା । ଘରୋଇ କମ୍ପାନି ଓ ବ୍ୟବସାୟୀଙ୍କ ଉପରୁ କର୍ପୋରେଟ୍ ଟ୍ୟାକ୍ସ କମାଇବାକୁ ଘୋଷଣା କରାଯାଇଛି । ଆଜି ଗୋଆରେ ବସିବାକୁ ଥିବା ଜିଏସ୍ଟି କାଉନସିଲ୍ ବୈଠକ ପୂର୍ବରୁ ସୀତାରମଣ ପ୍ରେସ୍ମିଟ୍ କରି ଏହା ଘୋଷଣା କରିଛନ୍ତି । ସୀତାରମଣଙ୍କ ଏହି ଘୋଷଣା ପରେ ତୁରନ୍ତ ଭାରତୀୟ ସେୟାର ବଜାରରେ ଦୃତ ଗତି ଦେଖିବାକୁ ମିଳିଛି । ଜିଏସ୍ଟି ବୈଠକରେ ଅଟମୋବାଇଲ୍, ବିସ୍କୁଟ୍, ମାଚିସ୍, ଆଉଟ ଡୋର୍ କ୍ୟାଟେରିଂ ସେଗମେଣ୍ଟରେ ଜିଏସ୍ଟି ଦରରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରଖାଯାଇଛି ।