ଅନ୍ଧାରରେ ଶୋଇବା ଆପଣଙ୍କୁ ଦେବ ଫାଇଦା, ଜାଣନ୍ତୁ କଣ ରହିଛି ଆଉ ସବୁ ଲାଭ
ଆପଣ ଶୋଇବା ବେଳେ ନିଶ୍ଚିତ ଭାବେ ଘରର ଲାଇଟ୍ ଅଫ୍ କରି ଶୋଉଥିବେ । ଅନ୍ଧାରରେ ଶୋଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଯଦି ଆପଣ ଲାଇଟ୍ ଲାଗାଇ ଶୋଇଛନ୍ତି, ତେବେ ତୁରନ୍ତ ଏହାକୁ ବନ୍ଦ କରିଦିଅନ୍ତୁ। ଲାଇଟ୍ ଲଗାଇ ଶୋଇବା ଦ୍ୱାରା ବିଭିନ୍ନ ରୋଗ ଆପଣଙ୍କୁ ଆକ୍ରମଣ କରିପାରେ । ଏଥି ମଧ୍ୟରେ ଡାଇବେଟିଜ୍ ପ୍ରମୁଖ ।
ନର୍ଥେଓ୍ଵଷ୍ଟନ ୟୁନିଭରସିଟି ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଶୋଇବା ସମୟରେ ଲାଇଟ୍ ଅନ୍ କରି ଶୋଇବା ମଧୁମେହ ହେବାର ଆଶଙ୍କା ବଢାଇଦିଏ। ଅଧିକ ଆଲୋକରେ ଶୋଇବା ଯୋଗୁଁ ଇନସୁଲିନ ପ୍ରତିରୋଧ କ୍ଷମତା ବଢିଯାଏ। ଏହାଛଡା ଠିକ୍ ଭାବେ ନ ଶୋଇବା ଦ୍ୱାରା ଡିପ୍ରେସନ, ସ୍ତନ କ୍ୟାନସର, ପ୍ରୋଟେଷ୍ଟ କ୍ୟାନସର ଭଳି ରୋଗ ହୋଇପାରେ। ଆସନ୍ତୁ ଜାଣିବା ଅନ୍ଧାରରେ ଶୋଇବା ଦ୍ୱାରା କ’ଣ ଫାଇଦା ହୋଇଥାଏ।
ଏହାସହ ପଢ଼ନ୍ତୁ ; ତ୍ୱଚାକୁ ହାନିକାରକ ଫେସଓ୍ଵାଶରୁ ରକ୍ଷା କରିବାକୁ ହେଲେ ବ୍ୟବହାର କରନ୍ତୁ ହୋମମେଡ ଫେସଓ୍ଵାଶ
ଲାଇଟ୍ ଲଗାଇ ଶୋଇବା ଦ୍ୱାରା ସର୍କିଡିଏନ ଲୟ ବିଗିଡିଯାଏ। ଅନ୍ୟପ୍ରକାରେ ଆମ ଶରୀର କେଉଁ ସମୟରେ ଆରାମ କରିବା ଉଚିତ ତାହା ଜାଣିନଥାଏ। ଏଥିପାଇଁ ମାନସିକ ଅସନ୍ତୁଳନ ହୁଏ, ଯାହା ଆପଣଙ୍କୁ ଡିପ୍ରେସନରେ ପୀଡିତ ହେବାର ଅଧିକ ସମ୍ଭାବନା ଯୋଗାଇଥାଏ। ଏଥିପାଇଁ ସର୍ବଦା ଅନ୍ଧାରରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ।
ଅନ୍ଧାରରେ ଶୋଇବା ଯୋଗୁଁ ଡାଇବେଟିଜ ହେବାର ଆଶଙ୍କା କମ୍ ଥାଏ। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଆଲୋକରେ ଶୋଇବା ଯୋଗୁଁ ଶରୀରର ୫୦ ପ୍ରତିଶତ ଓଜନ ବଢିଯାଏ। ଲାଇଟ୍ ଆପଣଙ୍କ ଶରୀରର ଜୈବିକ ଲୟ ଏବଂ ମେଟାବଲିଜିମର ମାପଦଣ୍ଡକୁ ବଦଳାଇ ଦେଇଥାଏ।