ଚାଲାଣ ନ କାଟି ଲୋକଙ୍କର ସାହାଯ୍ୟ ପାଇଁ ରାସ୍ତା ମରାମତି କରୁଛନ୍ତି ଏହି ଟ୍ରାଫିକ ପୋଲିସ

ଆମେ ରାସ୍ତାରେ ଗାତ କିମ୍ବା ଖାଲ ଦେଖିଲେ ଲୋକମାନେ ଅଣଦେଖା କରି ଚାଲିଯାନ୍ତି କିମ୍ବା କେବେ ରାସ୍ତାର ସୁଧାର ହେବ ସେ ବିଷୟରେ କହି ଚାଲିଯାନ୍ତି। କିନ୍ତୁ ଦୁନିଆରେ ଏବେବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏଭଳି ସ୍ଥିତିରେ ସରକାରଙ୍କୁ ଅପେକ୍ଷା ନ କରି ସଚ୍ଚୋଟ ନାଗରିକର କର୍ତ୍ତବ୍ୟ କରିଥାନ୍ତି । ଏଭଳି ଜଣେ ହୃଦୟବାନ୍ ମଣିଷ ହେଉଛନ୍ତି ପଞ୍ଜାବର ଗୁରବକ୍ସ ସିଂହ । ଟ୍ରାଫିକ୍ ପୋଲିସ୍ କାର୍ଯ୍ୟ କରୁଥିବା ଏହି ବ୍ୟକ୍ତି ଜଣକ ସଡକର ଯେଉଁ ପାଖରେ ଖାଲଟିଏ ଦେଖନ୍ତି ସଙ୍ଗେ ସଙ୍ଗେ ଏହାକୁ ମରାମତି କରନ୍ତି । କୌଣସି ଦୁଇ ଚକିଆ ଯାନ ଏବଂ ଚାଳକ ଯେଭଳି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏବଂ ପଥଚାରୀମାନେ ଯେପରି କୌଣସି ଅସୁବିଧାରେ ନ ପଡନ୍ତି ଏଥିପାଇଁ ସେ ସବୁବେଳେ ତପ୍ତର ରହିଥାନ୍ତି। ।

Punjabଏହି କାମରେ ତାଙ୍କ ସହଯୋଗୀ ଟ୍ରାଫିକ୍ ପୋଲିସ୍ ମଧ୍ୟ ତାଙ୍କୁ ସାହାଯ୍ୟ କରନ୍ତି । ଏନେଇ ଗୁରବକ୍ସ ସିଂହ କୁହନ୍ତି , ଆମ ଗୁରୁମାନେ କହିଛନ୍ତି ମାନବ ଜାତି ପାଇଁ ସେବା ହିଁ ଭକ୍ତିର ସବୁଠାରୁ ବଡ କାମ ଅଟେ। ମୋତେ ଖୁସି ଲାଗେ ଏମିତି ସବୁ କାମ କରିବାକୁ ଏବଂ ମୁଁ ଆଗକୁ ବି ଏହି କାମ ଜାରୀ ରଖିବି। ସଡକରେ ହୋଇଥିବା ଗୋଟିଏ ଗାତ କାରଣରୁ କାହାର ମୂଲ୍ୟବାନ ଜୀବନ ଚାଲିଯିବ ଏହାଠାରୁ ବଡ଼ ଦୁଃଖର କଥା ଆଛ କିଛି ନୁହେଁ।

ଏହାସହ ପଢନ୍ତୁ : ପ୍ରଧାନମନ୍ତ୍ରୀ ହେବା ପରେ ଆଜି ପର୍ଯ୍ୟନ୍ତ ଥରେ ବି ରୋଗରେ ପଡିନାହାନ୍ତି ମୋଦି, ଜନ୍ମଦିନରେ ଜାଣନ୍ତୁ ତାଙ୍କର ସୁସ୍ଥ…

ମୋର କାମ କେବଳ ଯାତାୟତ ନିୟନ୍ତ୍ରଣ କରିବା ଏବଂ ଚାଲାଣ କାଟି ଲୋକଙ୍କୁ ଚିନ୍ତାରେ ପକାଇବା ନୁହେଁ ବରଂ ସାମାଜିକ କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ। ଯଦି ଏହି ମାମଲାରେ ପ୍ରଶାସନ କିମ୍ବା ଅଧିକାରୀ କୌଣସି ସମାଧାନ କରିପାରୁ ନାହାଁନ୍ତି ତେବେ ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ଏହା ମୋର କର୍ତ୍ତବ୍ୟ ଯେ ମୁଁ ଏହାର ସମାଧାନ କରିବି ।

traffic_policeସଡକରେ ଯେଭଳି କୌଣସି ଦୁର୍ଘଟଣା ନହେଉ ସେଥିପାଇଁ ସେ ରାସ୍ତାରେ ପଡିଥିବା କାଚଖଣ୍ଡ , ପଥର ଆଦିକୁ ମଧ୍ୟ ଗୋଟାଇଥାନ୍ତି । ଏହାସହ ସେ ତାଙ୍କ ଗାଡିରେ ଇଟା,ଇଣ୍ଟରଲିଂକିଙ୍ଗ ଟାଇଲ୍ସ , ମାଟି ଆଦି ନେଇ ଚାଲିଥାନ୍ତି ଯାହାଦ୍ୱାରା ସେ ବିଳମ୍ବ ନକରି ସଙ୍ଗେ ସଙ୍ଗେ ମରାମତି କରିପାରିବେ ।  ପୋଲିସ ଅଧିକାରୀ କହିଛନ୍ତି ଗୁରୁବଂଶ ସିଂହଙ୍କର ଏହି କାମ ପାଇଁ ନଗଦ ୧୦୦୦ ଟଙ୍କା ପୁରଷ୍କ୍ରୁତ କରିବା ସହିତ ପ୍ରମୋଶନ ପାଇଁ ତାଙ୍କ ନାମ ପଠାଯାଇଛି। ସେ ଆଗକୁ ବୁଲା ପଶୁଙ୍କୁ ସହରରୁ ଦୁରକୁ ପଠାଇବା କାମ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.