ଟ୍ରାଫିକ୍ ପୋଲିସ ଜାଲରେ ଟାଉନ୍ ଟାଇଗର, କାର ପଛରେ ଲଗାଇଥିଲେ ଫ୍ୟାନ୍ସି ନମ୍ବର ପ୍ଲେଟ୍
ଫୁଲନଖରା : ଟ୍ରାଫିକ୍ ପୋଲିସ ଜାଲରେ ଟାଉନ୍ ଟାଇଗର । ଟାଉନ୍ ଟାଇଗର ନାଁ ଯୋଗୁ ହଇରାଣ ହୋଇଛନ୍ତି ଗାଡି ଡ୍ରାଇଭର । ଫୁଲନଖରା ଗୌରହରି ସାହୁଙ୍କ ଏକ ଧଳା ରଙ୍ଗର କାର ରହିଛି । ଏହାର ନମ୍ବର ରହିଛି ଓଡ଼ି-୦୨ଏମ୍ଏମ୍ ୨୨୨୨ । ଗୌରହରି ତାଙ୍କ କାର ପଛରେ ଫ୍ୟାନ୍ସି ନମ୍ବର ପ୍ଲେଟ୍ ଲଗାଇଛନ୍ତି । ଏଥିରେ ଲେଖିଥିଲେ ଟାଉନ୍ ଟାଇଗର । ଏହା ବେଆଇନ୍ । ଏଥିପାଇଁ ସେ ୫୦୦ ଟଙ୍କା ଜରିମାନା ଦେଇଛନ୍ତି । ଏନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ ।
ସାଗରିକାଙ୍କ ଟ୍ଵିଟ୍ ପରେ ପୋଲିସ କମିଶନର ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ହେଲ୍ମେଟ୍ ପିନ୍ଧିନଥିବା ନେଇ ଗତକାଲି ସମ୍ବଲପୁରରେ ୧୩୫ ଜଣଙ୍କଠାରୁ ଫାଇନ୍ ଆଦାୟ କରାଯାଇଛି । ମଦ ପିଇ ଗାଡି ଚଳାଉଥିବା ୧୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।