ସୁନ୍ଦରଗଡ: ପୋଲିସ ଓ ପାହାଡ଼ିଚିତା ଅପରାଧିକ ସଂଗଠନ ମୁହାଁମୁହିଁ: ଜଣେ ମୃତ ଜଣେ ଗୁରୁତର

ସୁନ୍ଦରଗଡ: ପୋଲିସ୍‌-ପାହାଡ଼ି ଚିତା ମୁହାଁ ମୁହିଁ । ଜଣେ ମୃତ, ଜଣେ ଗୁରୁତର । ଝାଡ଼ଖଣ୍ଡ ସୀମାନ୍ତ ସମଡେଗା ନିକଟସ୍ଥ ଡପାଟୋଲି ଗ୍ରାମ ନିକଟରେ ପୋଲିସ ଓ ପାହାଡ଼ିଚିତା ଅପରାଧିକ ସଂଗଠନ ମୁହାଁମୁହିଁ ହୋଇଥିଲେ । ଏଥିରେ ପାହାଡିଚିତା ଏରିଆ କମାଣ୍ଡରର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛି । ମୃତକ ହେଉଛି ସମନ କେରକେଟା।

ଘଟଣାସ୍ଥଳରୁ ବନ୍ଧୁକ, ଗୁଳି ଓ ମୋବାଇଲ ଜବତ ହୋଇଛି । ବ୍ୟବସାୟୀ ଓ ଠିକାଦାରଙ୍କୁ ବଟି ମାଗିବା ଏହି ସଂଗଠନର ମୁଖ୍ୟ କାମ । ବଟି ମାଗିବାକୁ ଆସିଥିବା ବେଳେ ପୂର୍ବରୁ ଜଗି ରହିଥିବା ଝାଡଖଣ୍ଡ ପୋଲିସ ଏମାନଙ୍କୁ ଘେରିବା ବେଳେ ଗୁଳି ବିନିମୟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.