ଧରାପଡିଲେ ବାଇକ ଚୋରି ଗ୍ୟାଙ୍ଗ, ୩ଜଣଙ୍କୁ ଗିରଫ କଲା ପୋଲିସ

ଧରାପଡିଲେ ବାଇକ ଚୋରି ଗ୍ୟାଙ୍ଗ । ୩ଜଣଙ୍କୁ ଗିରଫ କଲା ବାଲେଶ୍ବର ଜିଲ୍ଲା ଔପଦା ପୋଲିସ । ସେମାନଙ୍କ ଠାରୁ ୨୨ଟି ବାଇକ ଜବତ ହୋଇଛି।

ଧରାପଡିଲେ ବାଇକ ଚୋରି ଗ୍ୟାଙ୍ଗ । ୩ଜଣଙ୍କୁ ଗିରଫ କଲା ବାଲେଶ୍ବର ଜିଲ୍ଲା ଔପଦା ପୋଲିସ । ସେମାନଙ୍କ ଠାରୁ ୨୨ଟି ବାଇକ ଜବତ ହୋଇଛି। ଏହାସହ ଗୋଟିଏ କାର୍, ଗୋଟିଏ ଲାପଟପ୍, ୧୬ଟି ଗାଡି ଚାବି, ୨ଟି ମୋବାଇଲ, ୨ଟି ନକଲି ସାମ୍ବାଦିକ କାର୍ଡ ଓ ନଗଦ ୫୬ ହଜାର ୯୭୦ ଟଙ୍କା ଜବତ କରିଛି ପୋଲିସ । ଚୋରି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ବାଲେଶ୍ୱର ସିଙ୍ଗଲା ଅଞ୍ଚଳର ।

ସେ ନିଜକୁ ଜଣେ ୱେବ ଚ୍ୟାନେଲର ସାମ୍ବାଦିକ ପରିଚୟ ଦେଇ ଲୋକଙ୍କ ଠାରୁ ବାଇକ ଚୋରି କରୁଥିଲା । ଔପଦା ଆଇଆଇସି ଶ୍ରବଣ କୁମାର ମହାରଣାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଚଢ଼ାଉ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ୧୪ଟି ମାମଲା ଥିବାବେଳେ ଅନ୍ୟ ଦୁଇଜଣଙ୍କ ନାଁରେ ଏକାଧିକ ମାମଲା ରହିଛି। ଜବତ ବାଇକ ଗୁଡିକ ଔପଦା,ମୟୂରଭଞ୍ଜ ,କଟକ ଅଞ୍ଚଳର ବୋଲି ସୂଚନା ମିଳିଛି