କୋଟିପତି କନିଷ୍ଠ ଯନ୍ତ୍ରୀ : ୧୧ଟି ପ୍ଲଟ, ୧୦ ହଜାର ବର୍ଗଫୁଟର ୩ ମହଲା କୋଠା

କୋଟିପତି କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳସମ୍ପଦ ବିଭାଗ ଜେଇ ସଂଜୟ ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ବେଳେ ଠାବ ହେଲା ମାଳ ମଳ ପ୍ଲଟ୍ ।

କୋଟିପତି କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳସମ୍ପଦ ବିଭାଗ ଜେଇ ସଂଜୟ ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ବେଳେ ଠାବ ହେଲା ମାଳ ମଳ ପ୍ଲଟ୍ । ଗୋଟିଏ କି ଦୁଇଟି ନୁହେଁ, ୧୧ଟି ପ୍ଲଟ ରଖିଛନ୍ତି ସଞ୍ଜୟ ମହାନ୍ତି । ଜଳେଶ୍ବର ଟାଉନର ବିଭିନ୍ନ ସ୍ଥାନରେ ଅଛି ପ୍ଲଟ୍ ।

ସେହିପରି ଜଳେଶ୍ବର ରହିଛି ୧୦ ହଜାର ବର୍ଗଫୁଟର ୩ ମହଲା କୋଠା । ଭୁବନେଶ୍ବରରେ ଅଛି ଗୋଟିଏ 2 BHK ଫ୍ଲାଟ୍ । ରେଡ୍ ବେଳେ ନଗଦ ଲକ୍ଷେ ୪୩ ହଜାର ଟଙ୍କା ମିଳିଛି । ଗୋଟିଏ ହୋଣ୍ଡା ସିଟି ଓ ଦୁଇଟି ବାଇକ୍ ମିଳିଛି । ବ୍ୟାଙ୍କ, ପୋଷ୍ଟାଲ, ବୀମା ଜମାର ଯାଞ୍ଚ ଚାଲିଛି । ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କର ମାଲକାନଗିରି ଅଫିସ ସମେତ ବାଲେଶ୍ବର, ଜଳେଶ୍ବର ଓ ଭୁବନେଶ୍ବର ଥିବା ଘରେ ଏକାକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.