ତଳେ ପଡିଲେ ଭାଙ୍ଗିବନି କି ପାଣିରେ ପଡିଲେ ଖରାପ ହେବନି ଏହି ଦମଦାର ଫୋନ୍, ଜାଣନ୍ତୁ କେତେ ରହିଛି ଦାମ୍
ଗ୍ରାହକଙ୍କ ବ୍ୟବହାର ଓ ଚାହିଦାକୁ ଦୃଷ୍ଟିରେ ରଖି ପ୍ରତିଦିନ ନୂଆ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଉଛି । କେବଳ ଲଞ୍ଚ କରାଯାଉ ନାହିଁ ବରଂ ଦମଦାର ଫିଚର୍ ଏବଂ ପକେଟ୍କୁ ସୁହାଇଲା ଭଳି ସ୍ମାର୍ଟଫୋନ୍ ବଜାର ପ୍ରବେଶ କରୁଛି । ଯାହାକି ଗ୍ରାହକଙ୍କୁ ଅଧିକ ଆକର୍ଷିତ କରିବା ସହିତ ପ୍ରତିଦିନ ବିଭିନ୍ନ ପ୍ରକାରର ଫୋନ୍ ବଜାରକୁ ଆସୁଛି । ଏଭଳି ଏକ ଫୋନ୍ ଲଞ୍ଚ କରିଛି ୟୁନିହର୍ଜ (Unihertz) ।

ଡିଜିଟାଲ ଜମାନାରେ ସ୍ମାର୍ଟଫୋନର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଉ ଗ୍ରାହକଙ୍କ ବ୍ୟବହାର ଓ ଚାହିଦାକୁ ଦୃଷ୍ଟିରେ ରଖି ପ୍ରତିଦିନ ନୂଆ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଉଛି । କେବଳ ଲଞ୍ଚ କରାଯାଉ ନାହିଁ ବରଂ ଦମଦାର ଫିଚର୍ ଏବଂ ପକେଟ୍କୁ ସୁହାଇଲା ଭଳି ସ୍ମାର୍ଟଫୋନ୍ ବଜାର ପ୍ରବେଶ କରୁଛି । ଯାହାକି ଗ୍ରାହକଙ୍କୁ ଅଧିକ ଆକର୍ଷିତ କରିବା ସହିତ ପ୍ରତିଦିନ ବିଭିନ୍ନ ପ୍ରକାରର ଫୋନ୍ ବଜାରକୁ ଆସୁଛି । ଏଭଳି ଏକ ଫୋନ୍ ଲଞ୍ଚ କରିଛି ୟୁନିହର୍ଜ (Unihertz) ।
Unihertz ପକ୍ଷରୁ ନୂତନ ଭାବେ ଲଞ୍ଚ କରାଯାଇଥିବା ୟୁନିହର୍ଜ ଟାଙ୍କ ୩ (Unihertz Tank 3) ମଡେଲରେ ଏଭଳି ଫିଚର୍ ରହିଛି । ଯାହାକି ପୂର୍ବରୁ କେହି କେବେ ଦେଖିନଥିବେ । ଫୋନରେ ଦମଦାର ଫିଚର୍ସ ସହ ଆକର୍ଷଣୀୟ ଲୁକ୍ ରହିଛି । ଏହା ଫୋନରେ ୬.୭୯ ଇଞ୍ଚର ଡିସପ୍ଲେ ରହୁଥିବା ବେଳେ ୨୪୬୦*୧୦୮୦ ପିକ୍ସଲର ରିଜୋଲୁସନ୍ ରହୁଛି । Unihertz Tank 3 ଫୋନ 120Hz ରିଫ୍ରେସ୍ ରେଟ୍ ସହ ଆସୁଛି ।
Unihertz Tank 3 ସ୍ମାର୍ଟଫୋନରେ 16GB RAM ରହୁଥିବା ବେଳେ 512GB ପର୍ଯ୍ୟନ୍ତ ଷ୍ଟୋରେଜ୍ କ୍ଷମତା ରହୁଛି । ସେହିଭଳି ଦମଦାର ଫୋନରେ 23,800mAh ବ୍ୟାଟେରୀ ରହିଛି । ଯାହାକି ପୂର୍ବରୁ କୌଣସି କମ୍ପାନୀ ଦେଇନଥିବେ । ଆଉ ଏହି ଫୋନ୍ ଥରେ ଚାର୍ଜ ହେଲେ ୭୫ ଦିନ ପର୍ଯ୍ୟନ୍ତ ଚାଲିବାର କ୍ଷମତା ରଖିଛି । ବିଶେଷ କରି ଏହି ଫୋନରେ ଆଡଭାନ୍ସ ସିକ୍ୟୁରିଟି ଫିଚର୍ସ ରହିଛି । ଯାହାକି ଡାଟା ଲିକ୍ ବା ଚୋରି ହେବା ଠାରୁ ଗ୍ରାହକଙ୍କୁ ଅଧିକ ସୁରକ୍ଷା ଦେବ । ଏହା ସହିତ ୟୁନିହର୍ଜ ଟାଙ୍କ ୩ (Unihertz Tank 3) ସ୍ମାର୍ଟଫୋନରେ ନୂଆ କଣ୍ଟ୍ରୋଲ ପ୍ୟାନେଲ୍ ମଧ୍ୟ ଦିଆଯାଇଛି । ଯାହାକି ଖୁବ୍ ସହଜ ନାଭିଗେସନ୍ ସୁବିଧା ପ୍ରଦାନ କରିବ ।
କ୍ୟାମେରା
ୟୁନିହର୍ଜ ଟାଙ୍କ ୩ ଫୋନରେ ଶକ୍ତିଶାଳୀ କ୍ୟାମେରା ରହିଛି । ଏହା ସହିତ ଫୋନରେ ଲମ୍ବା ବ୍ୟାଟେରୀ ଲାଇଫ୍ ରହିଛି । ଯାହାକି ଦୀର୍ଘ ସମୟ ଧରି ଫୋନକୁ ଚାଲୁ ରଖିବାରେ ସକ୍ଷମ ହେବ । ଏହି ଫୋନର ମୁଖ୍ୟ କ୍ୟାମେରା 200MP ରହିଥିବା ବେଳେ 50MPର ଅଲଟ୍ରା ଓ୍ବାଇଡ୍ କ୍ୟାମେରା ବି ରହିଛି । ଫ୍ରଣ୍ଟ କ୍ୟାମେରା 50MP ରହିଛି । ଫୋନର ଫଟୋ ଓ ଭିଡିଓ କ୍ଲାରିଟି ଦମଦାର ରହିଛି । ଥରେ ଚାର୍ଜ କଲେ ଫୋନ ୧୧୮ ଘଣ୍ଟା ନନ୍ଷ୍ଟପ୍ ଚାଲିବ । ବ୍ୟାଟେରୀ ଷ୍ଟାଣ୍ଡବାଏ ମୋଡ୍ରେ ୭୫ ଦିନ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ୍ ପୂରା ଦିନ ବିନା କୌଣସି ଦ୍ବିଧାରେ ମୋବାଇଲ ବ୍ୟବହାର କରିପାରିବେ । ସେହିଭଳି ଭିଡିଓ ଦେଖିଲେ କିମ୍ବା ଗେମ୍ ଖେଳିବା ସମୟରେ ଫୋନର ବ୍ୟାଟେରୀ ଲାଇଫ୍ ୪୮ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ । ଏଥିରେ 120Wର ଚାର୍ଜର ରହିଛି । ଯାହାକି ମାତ୍ର ୯୦ ମିନିଟ୍ ମଧ୍ୟରେ ହିଁ ବ୍ୟାଟେରୀକୁ ଫୁଲ୍ ଚାର୍ଜ କରିଦେବ।
ଫିଚର୍
Unihertz Tank 3 ସ୍ମାର୍ଟଫୋନ୍ରେ ଓ୍ବାଟର୍ ପ୍ରୁଫ୍ କ୍ଷମତା ରହିଛି । ସ୍ମାର୍ଟଫୋନ୍ରେ ଓ୍ବାଟର୍ ପ୍ରୁଫ୍ କ୍ଷମତା ୩୦ ମିନିଟ ରହିଛି । ଫୋନ୍ଟି ଅଧ ଘଣ୍ଟାଏ ପର୍ଯ୍ୟନ୍ତ ପାଣି ଭିତରେ ରହିଲେ ମଧ୍ୟ ଖରାପ ହେବ ନାହିଁ । ଏହାର ଓଜନ ୨୦୮ ଗ୍ରାମ ରହିଥିବା ବେଳେ ଫୋନ୍ଟି ୧୮.୪ ସେମି ମୋଟା ରହିଛି । କେବଳ ସେତିକି ନୁହେଁ ଏହି ଫୋନ ହାତରୁ ଖସିପଡି ତଳେ ପଡିଲେ ମଧ୍ୟ କିଛି ହେବ ନାହିଁ । ଫୋନର ବଡି ଏବଂ ଡିସପ୍ଲେ ସେଭଳି ଶକ୍ତିଶାଳୀ କରାଯାଇଛି ।
Unihertz Tank 3 ସ୍ମାର୍ଟଫୋନ୍ର ମୂଲ୍ୟ
Unihertz Tank 3 ସ୍ମାର୍ଟଫୋନ୍ରେ ୨ଟି ସିମ୍ ବ୍ୟବସ୍ଥା ରହିଥିବା ବେଳେ କନେକ୍ଟିଭିଟି ଓ କଷ୍ଟୋମାଇଜେବଲ ସାଇଡ୍ ବଟନ୍ ସହ ଆସୁଛି । ପ୍ରଥମ ପର୍ଯ୍ୟାରେ ଏହା ଚାଇନାରେ ଲଞ୍ଚ କରାଯାଇଥିବା ବେଳେ ଫୋନ୍ର ଦାମ୍ ଆମେରୀକିୟ ମୁଦ୍ରାରେ ୪୯୯ ଡଲାର ରଖାଯାଇଛି । ଯାହାକି ଭାରତୀୟ ମୁଦ୍ରାରେ ୪୧ ହଜାର ଟଙ୍କା ହେବ । ଏହା AliExpressରେ ବିକ୍ରି ପାଇଁ ଉପଲବ୍ଧ ଅଛି ।